fbpx
BJD SKY
BJD SKY

୧୪ଟି ବିରୋଧୀ ଦଳ ହତାଶ: ରାଜନେତାଙ୍କ ପାଇଁ ଅଲଗା ନିୟମ ନାହିଁ, ED-CBI ଦୁରୂପଯୋଗ ମାମଲାର ଶୁଣାଣି କରିବେ ନାହିଁ ସୁପ୍ରିମକୋର୍ଟ

BJD

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଇଡି ଓ ସିବିଆଇ ଭଳି କେନ୍ଦ୍ରୀୟ ସଂସ୍ଥାର ଦୁରୂପଯୋଗ କରି ବିରୋଧୀଙ୍କ ଉପରେ ପ୍ରୟୋଗ କରୁଛନ୍ତି । ଏନେଇ ୧୪ଟି ବିରୋଧୀ ଦଳ ପକ୍ଷରୁ ସୁପ୍ରିମକୋର୍ଟରେ ଯାଚିକା ଦାୟର ହୋଇଥିଲା । ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ପିଟିସନ ଦାଖଲ କରାଯାଇଥିଲା । ତେବେ ଏବେ ବିରୋଧୀ ଦଳଙ୍କୁ ନିରାଶ ହେବାକୁ ପଡ଼ିଛି । ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବାକୁ ଅଗ୍ରାହ୍ୟ କରିଦେଇଛନ୍ତି ।

୧୪ଟି ବିରୋଧୀ ଦଳ ଏକତ୍ର ହୋଇ ଏକ ଯାଚିକା ଦାୟର କରିଥିଲେ । କେନ୍ଦ୍ର ସରକାର ଯାଞ୍ଚ ଏଜେନ୍ସିକୁ ବିରୋଧୀ ନେତାଙ୍କ ବିରୋଧରେ ପ୍ରୟୋଗ କରୁଥିବା ନେଇ ଉକ୍ତ ଯାଚିକାରେ ଅଭିଯୋଗ କରାଯାଇଥିଳା । ତେଣୁ ଯଥାଶୀଘ୍ର ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ରୋକ ଲାଗୁ କରିବାକୁ ଅନୁରୋଧ କରାଯାଇଥିଲା । ତେବେ ଏହି ଯାଚିକା ଉପରେ ଶୁଣାଣି କରିବାକୁ ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରିଦେବା ପରେ ବିରୋଧୀଙ୍କୁ ଲାଗିଛି ଏକ ବଡ଼ ଝଟକା ।

କୋର୍ଟ କହିଛନ୍ତି, ଦେଶରେ ରାଜନେତାଙ୍କ ପାଇଁ ଅଲଗା ନିୟମ ନାହିଁ । ଏହି କାରଣରୁ ଏହି ଯାଚିକା ଉପରେ ଶୁଣାଣି କରିବା ସମ୍ଭବ ନୁହେଁ । ଏହା ଗୋଟିଏ ବା ଦୁଇଟି ପୀଡ଼ିତ ବ୍ୟକ୍ତିଙ୍କ ଦଲିଲ ନୁହେଁ । ଏହା ୧୪ଟି ରାଜନୈତିକ ଦଳଙ୍କ ଦଲିଲ । କିଛି ତଥ୍ୟ ଆଧାରରେ ଯାଞ୍ଚ ନ କରିବାକୁ ଆମେ କେମିତି କହି ପାରିବା । ବିରୋଧୀଙ୍କ ତଥ୍ୟ ସେମାନଙ୍କ ପାଇଁ ଠିକ୍ । ମାତ୍ର ରାଜନେତାଙ୍କ ନିକଟରେ ଯାଞ୍ଚରୁ ବର୍ତ୍ତିବା ପାଇଁ କୌଣସି ବିଶେଷ ଅଧିକାର ରହିଛି କି ବୋଲି କୋର୍ଟ ପ୍ରଶ୍ନ କରିଥିଲେ । ରାଜନେତାମାନେ ମଧ୍ୟ ଦେଶର ନାଗରିକ ଅଟନ୍ତି ବୋଲି ସୁପ୍ରିମକୋର୍ଟ କହିଥିଲେ ।

Get real time updates directly on you device, subscribe now.