fbpx

NPCILରେ ୩୦୦ରୁ ଅଧିକ ପୋଷ୍ଟ ଖାଲି: ମିଳିବ ହାଇ ପ୍ୟାକେଜର ଦରମା

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଭାରତୀୟ ଆଣବିକ ଶକ୍ତି ନିଗମ ଲିମିଟେଡ (ଏନପିସିଆଇଏଲ) ପକ୍ଷରୁ ୩୨୫ଟି ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ମେକାନିକାଲ, କେମିକାଲ, ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ୍ସ, ଇନଷ୍ଟ୍ରୁମେଣ୍ଟସନ ଓ ସିଭିଲ ବିଭାଗରେ କାର୍ଯ୍ୟନିର୍ବାହୀ ଟ୍ରେନିଂ ଭାବେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଅଯାଇଥିବା ନୋଟିଫିକେସନ ଲିଙ୍କୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଜେନେରାଲ / ଇଡବ୍ଲ୍ୟୁଏସ / ଓବିସି ପ୍ରାର୍ଥୀମାନେ ୫୦୦ ଟଙ୍କା ଆବେଦନ ଫିସ୍ ଭରିବେ । ଏସସି / ଏସଟି / ପିଡବ୍ଲ୍ୟୁବିଡି / ଏକ୍ସ-ସର୍ଭିସମ୍ୟାନ / ମହିଳା ପ୍ରାର୍ଥୀଙ୍କ ପାଇଁ ଏହି ଫିସ୍ ଛାଡ଼ କରାଯାଇଛି । ପେମେଣ୍ଟ ଅନଲାଇନ୍ ମୋଡ଼ରେ କରିବାକୁ ପଡ଼ିବ । ଏପ୍ରିଲ ମାସ ୧୧ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରାର୍ଥୀମାନେ ପ୍ରାସଙ୍ଗିକ ବିଭାଗରେ ବି.ଇ / ବି.ଟେକ / ବି.ଏସସି ପାସ୍ କରିଥିବା ଆବଶ୍ୟକ ।

ମେକାନିକାଲ ପାଇଁ ୧୨୩ଟି, କେମିକାଲ ପାଇଁ ୫୦ଟି, ଇଲେକ୍ଟ୍ରିକାଲ ପାଇଁ ୫୭ଟି, ଇଲେକ୍ଟ୍ରୋନିକ୍ସ ପାଇଁ ୨୫ଟି, ଇନଷ୍ଟ୍ରୁମେଣ୍ଟସନ ପାଇଁ ୨୫ଟି ଓ ସିଭିଲ ପାଇଁ ୪୫ଟି ପଦ ସଂରକ୍ଷିତ ରହିଛି । ପ୍ରାର୍ଥୀଙ୍କୁ ହାଇ ପ୍ୟାକେଜର ସାଲାରି ମିଳିବା ସହିତ ଅନ୍ୟାନ୍ୟ ଭତ୍ତା ସୁବିଧା ରହିଛି । ତେଣୁ ଇଚ୍ଛୁକ ପ୍ରାର୍ଥୀମାନେ ଏହି ସୁଯୋଗକୁ ଜମାରୁ ହାତଛଡ଼ା କରନ୍ତୁ ନାହିଁ ।

ଅନଲାଇନ୍ ଆବେଦନ ଲିଙ୍କ: Available on 11.04.2023

ନୋଟିଫିକେସନ ଲିଙ୍କ: https://npcilcareers.co.in/ETHQ2023/documents/advt.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://npcilcareers.co.in/MainSite/default.aspx

Get real time updates directly on you device, subscribe now.