fbpx
BJD SKY
BJD SKY

BJP ଲୋକସଭା ସାଂସଦ ଗିରଫ: ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ରାଜନୀତି ସରଗରମ୍

BJD

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶର ରାଜନୀତି ଉଷ୍ମ ରହିଛି । ଆସନ୍ତା ମାସରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ସହିତ ଓଡ଼ିଶାର ଝାରସୁଗୁଡ଼ା ଆସନ ପାଇଁ ଉପନିର୍ବାଚନ ହେବ । ନିର୍ବାଚନ ପାଇଁ ପ୍ରତ୍ୟେକ ରାଜନୈତିକ ଦଳମାନେ ନିଜ ନିଜର ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ । ଏହି ଅବସରରେ ରାଜନେତାଙ୍କର ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି ।

ତେବେ ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଜେପିର ଜଣେ ଲୋକସଭା ସାଂସଦଙ୍କୁ ପୋଲିସ ଗିରଫ କରିଛି । ତେଲେଙ୍ଗାନା ବିଜେପି ଅଧ୍ୟକ୍ଷ ବନ୍ଦି ସଞ୍ଜୟ କୁମାରଙ୍କୁ ପୋଲିସ ରାତି ଅଧରେ ଉଠାଇ ନେଇଛି । ପୋଲିସ ସଞ୍ଜୟଙ୍କ ବାସଭବନ ନିକଟରେ ପହଞ୍ଚି ତାଙ୍କୁ ଗାଡ଼ିରେ ବସାଇ ନେଇଯାଇଥିଲା । ଏହାପରେ ବିଜେପି କର୍ମୀ ଓ ପୋଲିସ ମଧ୍ୟରେ ବିବାଦୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା ।

ସୂଚନା ମୁତାବକ, ତେଲେଙ୍ଗାନା ସେକେଣ୍ଡାରୀ ସ୍କୁଲ ସାର୍ଟିଫିକେଟ (ଏସଏସସି) ବୋର୍ଡର ପେପର ଲିକ ମାମଲାରେ ସଞ୍ଜୟଙ୍କୁ ପୋଲିସ ଗିରଫ କରିଛି । ରାଜ୍ୟ ଏସଏସସି ବୋର୍ଡର ହିନ୍ଦି ପରୀକ୍ଷା ଆରମ୍ଭ ପୂର୍ବରୁ ପେପର ଲିକ ହୋଇଯାଇଥିଲା । ସଞ୍ଜୟଙ୍କ ନାମରେ କରୀମନଗର ଓ ୱାରଙ୍ଗଲରେ ଦୁଇଟି ଏଫଆଇଆର ଦାୟର ହୋଇଛି । ଛାତ୍ରଙ୍କୁ ବିରୋଧ ପ୍ରଦର୍ଶନ କରିବା ନେଇ ଉସୁକାଇବା ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ହଙ୍ଗାମା କାରଣରୁ ଏହି ଦୁଇଟି ମାମଲା ଦାୟର ହୋଇଥିବା ଜଣାପଡ଼ିଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜ୍ୟ ଗସ୍ତ ପୂର୍ବରୁ ସଞ୍ଜୟଙ୍କ ଗିରଫଦାରୀକୁ ରାଜ୍ୟ ରାଜନୀତି ଉଷ୍ମ ହୋଇ ଉଠିଛି । ସୂଚନା ଯୋଗ୍ୟ ଯେ, ଆସନ୍ତା ଡିସେମ୍ବର ମାସରେ ରାଜ୍ୟର ବିଧାନସଭା ନିର୍ବାଚନ ହେବ ।

Get real time updates directly on you device, subscribe now.