୧୯୮୮ରେ ମର୍ଡର: ୨୫ ବର୍ଷ ଧରି କୋର୍ଟରେ ଚାଲିଲା କେସ, ୧୦୪ ବର୍ଷରେ କାହିଁକି ବେଲ୍ ଦେଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ରସିକ ଚନ୍ଦ୍ର ମଣ୍ଡଳ ୧୯୨୦ ମସିହାରେ ମାଲଦା ଜିଲ୍ଲାର ଏକ ଅଜଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେହି ବର୍ଷ ଭାରତୀୟ ଜାତୀୟ କଂଗ୍ରେସ ଇଂରେଜଙ୍କ ବିରୋଧରେ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଥିଲା । ଏକ ଶତାବ୍ଦୀରୁ ଅଧିକ ସମୟ ପରେ ମଣ୍ଡଳ ଏହାର ସ୍ୱାଧୀନତା ପାଇଁ ସୁପ୍ରିମ୍ କୋର୍ଟରେ ଆବେଦନ କରିଛନ୍ତି। ଏବେ ସେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ୧୯୯୪ମସିହାରେ ୬୮ ବର୍ଷ ବୟସରେ ଏକ ହତ୍ୟା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିଲେ। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ତାଙ୍କୁ ଜେଲରୁ ପଶ୍ଚିମବଙ୍ଗର ବାଲୁରଘାଟସ୍ଥିତ ସୁଧାର ଗୃହକୁ ସ୍ଥାନାନ୍ତର କରାଯାଇଥିଲା।

ଏହି ଦଣ୍ଡାଦେଶ ବିରୋଧରେ ତାଙ୍କ ଆବେଦନକୁ ୨୦୧୮ରେ କଲିକତା ହାଇକୋର୍ଟ ଏବଂ ପରେ ସୁପ୍ରିମ୍ କୋର୍ଟ ଖାରଜ କରିଦେଇଥିଲେ। ୨୦୨୦ମସିହାରେ ୧୦୦ ବର୍ଷ ପୂରଣ କରିବାକୁ ଥିବା ବେଳେ ମଣ୍ଡଲ ସୁପ୍ରିମକୋର୍ଟରେ ଏକ ରିଟ୍ ପିଟିସନ୍ ଦାଖଲ କରିଥିଲେ। ବାର୍ଦ୍ଧକ୍ୟ ଓ ଆନୁଷଙ୍ଗିକ ରୋଗ ଦର୍ଶାଇ ସେ ଅକାଳ ମୁକ୍ତି ପାଇଁ ଆବେଦନ କରିଥିଲେ। ଏଥିସହିତ ୧୪ ବର୍ଷ ଜେଲରେ ରହିବା ର ମାନଦଣ୍ଡରୁ ମୁକ୍ତି ପାଇବା ସହ ପାରୋଲ କିମ୍ବା ଦଣ୍ଡାଦେଶ ଛାଡ଼ ପାଇଁ ଆବେଦନ କରାଯାଇଥିଲା। ଜଷ୍ଟିସ ଏ ଅବଦୁଲ ନଜିର ଓ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୧ ମେ ୭ରେ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ୍ ଜାରି କରିଥିଲେ।

୨୦୧୯ ଜାନୁଆରି ୧୪ ତାରିଖରୁ ଜେଲରେ ଥିବା ମଣ୍ଡଳଙ୍କ ଶାରୀରିକ ଅବସ୍ଥା ଓ ସ୍ୱାସ୍ଥ୍ୟ ସମ୍ପର୍କରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନୋଟିସରେ ସଂଶୋଧନ ଗୃହର ଅଧୀକ୍ଷକଙ୍କୁ କୁହାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁକ୍ରବାର ଏହି ମାମଲାର ଶୁଣାଣି ହୋଇଥିଲା। ସେମାନେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଆଇନଜୀବୀ ଆସ୍ଥା ଶର୍ମାଙ୍କୁ ମଣ୍ଡଳଙ୍କ ସ୍ଥିତି ସମ୍ପର୍କରେ ପଚାରିଥିଲେ। ଶର୍ମା ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କହିଛନ୍ତି ଯେ ମଣ୍ଡଳ ବାର୍ଦ୍ଧକ୍ୟ ଜନିତ ସ୍ୱାସ୍ଥ୍ୟସମସ୍ୟାରେ ପୀଡ଼ିତ ଥିଲେ, କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଖୁବଶୀଘ୍ର ସେ ନିଜର ୧୦୪ତମ ଜନ୍ମଦିନ ପାଳନ କରିବେ।