fbpx

ସୁପ୍ରିମକୋର୍ଟରେ ‘ମହା’ ଶୁଣାଣି

ନୂଆଦିଲ୍ଲୀ,୨୫ ।୧୧: ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ମାମଲାର ଶୁଣାଣି ଜାରି ରହିଛି । ଶିବସେନା, ଏନସିପି ଓ କଂଗ୍ରେସର ମିଳିତ ଆବେଦନ ଉପରେ ଶୁଣାଣି ଆରମ୍ଭ ହୋଇଛି । କୋର୍ଟରେ ଅଜିତ ପାୱାରଙ୍କ ଚିଠି ଦାଖଲ କରିଛନ୍ତି ସଲିସିଟର ଜେନେରାଲ । ଏହି ଚିଠିରେ ୫୪ ବିଧାୟକଙ୍କ ଦସ୍ତଖତ ଥିବା କହିଛନ୍ତି ତୁଷାର ମେହେଟ୍ଟା ।

ଅନ୍ୟପଟେ ଶିବସେନା ପକ୍ଷରୁ ମାମଲା ଲଢୁଛନ୍ତି କପିଲ ସିବଲ । କଂଗ୍ରେସ ଓ ଏନସିପି ପକ୍ଷରୁ ମାମଲା ଲଢୁଛନ୍ତି ଅଭିଷେକ ମନୁ ସିଂଘଭି । ସେହିପରି ବିଜେପି ପାଇଁ ପକ୍ଷ ରଖୁଛନ୍ତି ମୁକୁଲ ରୋହତଗୀ । ରାଜ୍ୟପାଳଙ୍କ ପାଇଁ ପକ୍ଷ ରଖୁଛନ୍ତି ଏସଜି ତୁଷାର ମେହେଟ୍ଟା ।

ତେବେ ୧୭୦ ବିଧାୟକଙ୍କ ସମର୍ଥନ ଥିବା ଫଡନାଭିସ ଦର୍ଶାଇଥିଲେ ବୋଲି ଏସଜି ତୁଷାର ମେହେଟ୍ଟା କୋର୍ଟରେ କହିଛନ୍ତି । ଏନେଇ ଗୃହରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.