fbpx

ମହାରାଷ୍ଟ୍ର ମାମଲା: ସବୁ ପକ୍ଷକୁ ସୁପ୍ରିମକୋର୍ଟଙ୍କ ନୋଟିସ୍, କାଲି ହେବ ଶୁଣାଣି

ନୂଆଦିଲ୍ଲୀ,୨୪ ।୧୧: ମହାରାଷ୍ଟ୍ର ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି କାଲିକୁ ଘୁଞ୍ଚାଯାଇଛି । ସବୁ ପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ । ମହାରାଷ୍ଟ୍ର ସରକାର ଗଠନ ନେଇ ସମସ୍ତ ଦସ୍ତାବିଜ ମାଗିଲେ ସୁପ୍ରିମକୋର୍ଟ । ଏହା ସହ ମହାରାଷ୍ଟ୍ର ରାଜ୍ୟପାଳ ଓ ସବୁ ବିଧାୟକଙ୍କ ଚିଠି ସମେତ କେନ୍ଦ ସରକାରଙ୍କୁ ଦସ୍ତାବିଜ ମାଗିଥିଲେ ସୁପ୍ରିମକୋର୍ଟ । ରାଷ୍ଟ୍ରପତି ଶାସନ ହଟାଇବା ନେଇ ସୁପାରିତ ପତ୍ର ମଧ୍ୟ ମଗାଯାଇଥିଲା । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଫଡନାଭିସଙ୍କୁ ବିଧାୟକଙ୍କ ସମର୍ଥନର ଚିଠି ମଧ୍ୟ ସୁପ୍ରିମକୋର୍ଟ ମାଗିଥିଲେ । କାଲି ସକାଳ ସୁଦ୍ଧା ସମର୍ଥନ ପତ୍ର ଦାଖଲ ପାଇଁ ନିର୍ଦ୍ଦେଶ ହୋଇଛି । ଆସନ୍ତାକାଲି ଦିନ ୧୦ଟା ୩୦ରେ ହେବ ଏହି ମାମଲାର ପରବର୍ତ୍ତୀ ଶୁଣାଣି ।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ମହାରାଷ୍ଟ୍ର ରାଜନୀତିରେ ରାତାରାତି ବଦଳିଯାଇଥିଲେ ସରକାର । ମୁଖ୍ୟମନ୍ତ୍ରୀ ଭାବେ ବିଜେପିର ଦେବେନ୍ଦ୍ର ଫଡନଭିସ ଶପଥ ନେଇଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଏନସିପିର ଅଜିତ ପାୱାର ଶପଥ ନେଇଥିଲେ । ରାଜ୍ୟରେ ଶିବସେନା-ଏନସିପି ଓ କଂଗ୍ରେସ ମିଶି ସରକାର ଗଢିବାକୁ ଯୋଜନା କରୁଥିବା ବେଳେ ବାଜି ମାରିନେଇଥିଲା ବିଜେପି । ରାଜ୍ୟରେ ସରକାର ଗଠନ ବିରୋଧରେ ଗତକାଲି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଶିବସେନା, କଂଗ୍ରେସ ଓ ଏନସିପି ।

Get real time updates directly on you device, subscribe now.