fbpx

ସୁପ୍ରିମକୋର୍ଟରେ ଜାରି ରହିଛି ମହାରାଷ୍ଟ୍ର ଶୁଣାଣି

ନୂଆଦିଲ୍ଲୀ,୨୪ ।୧୧: ମହାରାଷ୍ଟ୍ର ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି । ଶିବସେନା, କଂଗ୍ରେସ ଓ ଏନସିପିର ଆବେଦନ ଉପରେ ଶୁଣାଣି କରୁଛନ୍ତି ସୁପ୍ରିମକୋର୍ଟ । ଏନେଇ ସୁପ୍ରିମକୋର୍ଟରେ ସମସ୍ତ ପକ୍ଷର ଓକିଲ ସମେତ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଉପସ୍ଥିତ ରହିଛନ୍ତି । ସୁପ୍ରିମକୋର୍ଟରେ ପକ୍ଷ ରଖୁଛନ୍ତି କପିଲ ଶିବଲ ।

ଶିବଲଙ୍କ ମତରେ, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟପାଳ କାମ କରିଛନ୍ତି । ବିଜେପି ପାଖରେ ବହୁମତ ଥିଲେ ସାବ୍ୟସ୍ତ କରୁ ।’

ଉଲ୍ଲେଖଯୋଗ୍ୟ ଯେ ଗତକାଲି ମହାରାଷ୍ଟ୍ର ରାଜନୀତିରେ ରାତାରାତି ବଦଳିଯାଇଥିଲେ ସରକାର । ମୁଖ୍ୟମନ୍ତ୍ରୀ ଭାବେ ବିଜେପିର ଦେବେନ୍ଦ୍ର ଫଡନଭିସ ଶପଥ ନେଇଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଏନସିପିର ଅଜିତ ପାୱାର ଶପଥ ନେଇଥିଲେ । ରାଜ୍ୟରେ ଶିବସେନା-ଏନସିପି ଓ କଂଗ୍ରେସ ମିଶି ସରକାର ଗଢିବାକୁ ଯୋଜନା କରୁଥିବା ବେଳେ ବାଜି ମାରିନେଇଥିଲା ବିଜେପି । ରାଜ୍ୟରେ ସରକାର ଗଠନ ବିରୋଧରେ ଗତକାଲି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଶିବସେନା, କଂଗ୍ରେସ ଓ ଏନସିପି ।

Get real time updates directly on you device, subscribe now.