fbpx

ମୋଦୀଙ୍କ ‘ମନ୍ କି ବାତ୍’, କହିଲେ – ‘ରାଜନୀତିରେ ଆସିବାକୁ ଆଗ୍ରହୀ ନଥିଲି’

ନୂଆଦିଲ୍ଲୀ,୨୪ ।୧୧: ମହାରାଷ୍ଟ୍ରରେ ଚାଲିଥିବା ଛକାପଞ୍ଝା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜର ମାସିକ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ଦେଶକୁ ସମ୍ବୋଧିତ କରିଛନ୍ତି । ଏନସିସି ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ମୋଦୀ । ମୋଦୀ କହିଛନ୍ତି ଯେ, ଏନସିସି ଅନୁଶାସନ ଜୀବନରେ ସୁଧାର ଆଣେ । ଅତୀତରେ ମୁଁ ମଧ୍ୟ ଏନସିସିରେ ରହି ବହୁତ କିଛି ହାସଲ କରିଛି ।’ ଏନସିସି ସହ ଜଡିତ ପିଲାଙ୍କ ସହ କଥା ହେବା ସହ ଡିସେମ୍ବରରେ ଦେଶରେ ସବୁ ସ୍କୁଲରେ ଫିଟ୍ ଇଣ୍ଡିଆ ସପ୍ତାହ ପାଳନ ହେଉ ବୋଲି ମୋଦୀ କହିଛନ୍ତି ।

ତେବେ ପିଲାଙ୍କ ସହ କଥା ହେବା ବେଳେ ମୋଦୀ ରାଜନୀତିରେ ଆସିବାକୁ ଆଗ୍ରହି ନଥିବା କହିଥିଲେ । କିନ୍ତୁ ଏବେ ଲୋକଙ୍କ ସେବା ହିଁ ମୋ ପାଇଁ ମୁଖ୍ୟ କାମ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

Get real time updates directly on you device, subscribe now.