fbpx

ବିଜେପିକୁ ସଞ୍ଜୟଙ୍କ କଡା ସମାଲୋଚନା

ମୁମ୍ବାଇ,୨୪ ।୧୧: ମହାରାଷ୍ଟ୍ର ରାଜନୀତି ନେଇଛି ନୂଆ ମୋଡ । ବିଜେପି ସରକାର ଗଢିବା ପରେ ଶିବସେନା, କଂଗ୍ରେସ ଓ ଏନସିପି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅନ୍ୟପଟେ ବିଜେପିକୁ କଡା ସମାଲୋଚନା କରିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ । ସେ କହିଛନ୍ତି ଯେ, ‘ସରକାର ଗଠନରେ ବିଜେପି ସଫଳ ହେବନି । ବିଜେପି ଓ ଅଜିତ ପାୱାରଙ୍କ ଏହା ଭୁଲ ନିଷ୍ପତ୍ତି । ଶିବସେନା, ଏନସିପି ଓ କଂଗ୍ରେସର ୧୬୫ ବିଧାୟକ ଅଛନ୍ତି ।’

ଅନ୍ୟପଟେ ଅଜିତ ପାୱାରଙ୍କ ବିଦ୍ରୋହ ପରେ ଆଜି ଏନସିପି ବୈଠକ ବସିବ । ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଅଧ୍ୟକ୍ଷତାରେ ଦିନ ୨ଟାରେ ଏହି ବୈଠକ ବସିବ ।

Get real time updates directly on you device, subscribe now.