fbpx

ଆଜି ୧୧.୩୦ରେ ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ଶୁଣାଣି

ନୂଆଦିଲ୍ଲୀ,୨୪ା୧୧: ମହାରାଷ୍ଟ୍ରରେ ମହାନାଟକର ଗତକାଲି ଅନ୍ତ ଘଟିଥିଲା । କିନ୍ତୁ ବିରୋଧୀ ଦଳ ଏନସିପି, କଂଗ୍ରେସ ଓ ଶିବସେନା ମହାରାଷ୍ଟ୍ର ସରକାର ଗଠନ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଯାହାର ଶୁଣାଣି ଆଜି ଦିନ ୧୧.୩୦ରେ ହେବ । ଶିବସେନା,କଂଗ୍ରେସ ଓ ଏନସିପି ରିଟ୍ ପିଟିସନ ଉପରେ ଶୁଣାଣି ହେବ । ଏହାସହ ଦେବେନ୍ଦ୍ର ଫଡ଼ନଭିସଙ୍କୁ ରାଜ୍ୟପାଳଙ୍କ ଆମନ୍ତ୍ରଣକୁ ରଦ୍ଦ କରିବାକୁ ଦାବି କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ମହାରାଷ୍ଟ୍ର ରାଜନୀତିରେ ରାତାରାତି ବଦଳିଯାଇଥିଲେ ସରକାର । ମୁଖ୍ୟମନ୍ତ୍ରୀ ଭାବେ ବିଜେପିର ଦେବେନ୍ଦ୍ର ଫଡନଭିସ ଶପଥ ନେଇଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଏନସିପିର ଅଜିତ ପାୱାର ଶପଥ ନେଇଥିଲେ । ରାଜ୍ୟରେ ଶିବସେନା-ଏନସିପି ଓ କଂଗ୍ରେସ ମିଶି ସରକାର ଗଢିବାକୁ ଯୋଜନା କରୁଥିବା ବେଳେ ବାଜି ମାରିନେଇଥିଲା ବିଜେପି ।

Get real time updates directly on you device, subscribe now.