fbpx

ମହାରାଷ୍ଟ୍ର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଶିବସେନା, କଂଗ୍ରେସ ଓ ଏନସିପି

ମୁମ୍ବାଇ,୨୩ ।୧୧: ମହାରାଷ୍ଟ୍ର ରାଜନୀତିରେ ରାତାରାତି ବଦଳିଗଲେ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଆଜି ସକାଳେ ବିଜେପିର ଦେବେନ୍ଦ୍ର ଫଡନାଭିସ ଶପଥ ନେଇଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଏନସିପିର ଅଜିତ ପାୱାର ଶପଥ ନେଇଛନ୍ତି । ରାଜ୍ୟରେ ଶିବସେନା-ଏନସିପି ଓ କଂଗ୍ରେସ ମିଶି ସରକାର ଗଢିବାକୁ ଯୋଜନା କରୁଥିବା ବେଳେ ବାଜି ମାରିନେଇଛି ବିଜେପି ।

ରାଜ୍ୟରେ ସରକାର ଗଠନ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି । ଫଡନାଭିସଙ୍କ ଶପଥ ଗ୍ରହଣକୁ ନେଇ ଶିବସେନା, ଏନସିପିି ଓ କଂଗ୍ରେସ ମିଳିତ ଭାବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଫଡ଼ନାଭିସ୍‌ଙ୍କୁ ରାଜ୍ୟପାଳଙ୍କ ଆମନ୍ତ୍ରଣକୁ ବେଆଇନ ଦର୍ଶାଇଲା ଶିବସେନା । ରାଜ୍ୟପାଳଙ୍କ ଆମନ୍ତ୍ରଣକୁ ବାତିଲ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି ।

Get real time updates directly on you device, subscribe now.