fbpx

ବିଜେଡିରେ ମିଶିଲେ ପ୍ୟାରୀଙ୍କ ବଡ ଝିଅ ସିକ୍ତା

ଭୁବନେଶ୍ୱର,୨୩ ।୧୧(ଓଡିଶା ଭାସ୍କର): ବିଜୁ ଜନତା ଦଳ ବା ବିଜେଡିରେ ଯୋଗ ଦେଇଛନ୍ତି ସମାଜସେବୀ ସିକ୍ତା ମହାପାତ୍ର । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ଆଜି ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି । ସିକ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳରେ ଯୋଗ ଦେବା ପରେ ସିକ୍ତ କହିଛନ୍ତି ଯେ, ସମାଜର ଅବହେଳିତ ଲୋକଙ୍କ ପାଇଁ କାମ କରିବି ।’

ତେବେ ସିକ୍ତା ହେଉଛନ୍ତି ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ବଡ ଝିଅ । ପ୍ୟାରୀମୋହନ ଓଡ଼ିଶାର ଜଣେ ରାଜନେତା ଥିବା ସହ ସେ ଓଡ଼ିଶା ଜନମୋର୍ଚ୍ଚା ରାଜନୈତିକ ଦଳ ପ୍ରତିଷ୍ଠା କରିଥିଲେ । ବିଜେଡ଼ିରୁ ନିର୍ବାଚିତ ହୋଇ ୨୦୧୦ରୁ ୨୦୧୬ ମସିହା ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଥିଲେ । ସେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ବିଜୁ ପଟ୍ଟନାୟକଙ୍କ ମୁଖ୍ୟ ସଚିବ ପଦରେ ଅବସ୍ଥାପିତ ହୋଇଥିଲେ । ସେ ୧୯୯୮ ମସିହାରେ ଆଇଏଏସ ପଦରୁ ଅବସର ନେଇ ୨୦୦୦ ମସିହାରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ପରାମର୍ଶଦାତା ରହି ବିଜୁ ଜନତା ଦଳର ମାର୍ଗଦର୍ଶନ କରୁଥିଲେ ।

Get real time updates directly on you device, subscribe now.