fbpx

ଜନଜାତୀ କଳା ସାମଗ୍ରୀ ପ୍ରଦର୍ଶନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବେନଶ୍ୱର,୨୩ ।୧୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଜାତୀୟ ଜନଜାତୀ କଳା ସାମଗ୍ରୀ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ରାଜ୍ୟ ଜନଜାତି ସଂଗ୍ରହାଳୟରେ ଏହାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ପ୍ରଦର୍ଶିତ ହେଉଛି ସଡିଶା ସମେତ ୧୬ଟି ରାଜ୍ୟର କଳା ସାମଗ୍ରୀ । ଏହି ପ୍ରଦର୍ଶନୀ ଆଜିଠାରୁ ନଭେମ୍ବର ୨୯ ଯାଏଁ ଚାଲିବ ବୋଲି ଜଣାପଡିଛି ।

ତେବେ ୧୯୫୧ ମସିହାରୁ ଏହି ମେଳା ଅନୁଷ୍ଠିତ ହୋଇଆସୁଛି । ତତ୍କାଳୀନ ରାଜଧାନୀ କଟକରେ ପ୍ରଥମେ ଆଦିବାସୀ ମେଳା ଆରମ୍ଭ ହୋଇଥିଲା । ପରେ ଭୁବନେଶ୍ବରକୁ ରାଜଧାନୀ ସ୍ଥାନାନ୍ତରିତ ହେବା ପରେ ଏହି ମେଳା ୟୁନିଟ-୧ ସ୍ଥିତ ଆଦିବାସୀ ପଡିଆରେ ଅନୁଷ୍ଠିତ ହୋଇଆସୁଥିଲା । ତେବେ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଗତ ବର୍ଷଠାରୁ ଏହି ମେଳା ୟୁନିଟ ୩ ସ୍ଥିତ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେଉଛି ।

Get real time updates directly on you device, subscribe now.