ନୂଆଦିଲ୍ଲୀ: ନୀଟ ୟୁଜି ପେପର ଲିକ ମାମଲାରେ ସୁପ୍ରିମକର୍ଟରେ ଶୁଣାଣି ଜାରି ହୋଇଛି । ଆଜି ସୋମବାର ଦିନ ଶୁଣାଣି ସଂପୂର୍ଣ୍ଣ ହୋଇନାହିଁ । ବର୍ତ୍ତମାନ କୋର୍ଟ ମଙ୍ଗଳବାର ଦିନ ଶୁଣାଣି କରିବେ । ଏହି ମାମଲାରେ କୋର୍ଟ କହିଛନ୍ତି ଯେ, ପେପର ୪ ମେ ପୂର୍ବରୁ ଲିକ ହୋଇଥିବ । ଯାହା ପରେ ସଲିସିଟର ଜେନେରାଲ କହିଛନ୍ତି ଯେ, ପେପର କେବେ ମିଳିବ, ଏହା ସ୍ପଷ୍ଟ ହୋଇନାହିଁ ।
କିଛି ଛାତ୍ର ପ୍ରଶ୍ନର ଦୁଇଟି ବିକଳ୍ପ ପାଇଁ ନମ୍ବର ଦେବାର ଏନଟିଏ ଶୁଣାଣିକୁ ଚ୍ୟାଲେଞ୍ଜ କରିଛନ୍ତି । ଏକ ପ୍ରଶ୍ନର ୨ଟି ସମ୍ବାବ୍ୟ ଉତ୍ତରରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଥିବା କିଛି ପ୍ରାର୍ଥୀ ବିରୋଧ କରିଛନ୍ତି । ଏହି ଲୋକେ କହିଛନ୍ତି ଯେ, ଯେଉଁମାନେ କୌଣସି ଗୋଟିଏ ଉତ୍ତର ଦେଇଛନ୍ତି, ସେମାନଙ୍କୁ ୪ ନମ୍ବର ମିଳିବ । ଯେଉଁମାନେ ଦ୍ୱନ୍ଦ୍ୱରେ ଛାଡିଦେଇଛନ୍ତି, ସେମାନଙ୍କୁ ଶୂନ ମିଳଛି । ଏଥିପାଇଁ ରାଙ୍କିଙ୍ଗ ବଦଳିଯାଇଛି ।
ଏହା ଉପରେ ସିଜେଆଇ କହିଛନ୍ତି ଯେ, ବିକଳ୍ପ ୨ ଏବଂ ୪ ଦୁଇଜଣ ଭଲ ହୋଇପାରିବେନି । ଏଥିସହ ଦ୍ୱିତୀୟ ବିକଳ୍ପ ରହିପାରେ । ସୁପ୍ରିମକୋର୍ଟ କହିଛନ୍ତି ଯେ, ଏନଟିଏ ଏହି ମାମଲାର ଯାଞ୍ଚ କରିବ । ସୁପ୍ରିମକୋର୍ଟ ଆଇଆଇଟି ଦିଲ୍ଲୀର ନିର୍ଦ୍ଦେଶକଙ୍କ ସହ ଆହି ୩ଜଣ ବିଶେଷଜ୍ଞଙ୍କ କମିଟି କରି ସଠିକ ପ୍ରଶ୍ନ କରିବାକୁ କହିଛନ୍ତି । ବର୍ତ୍ତମାନ ଆଇଆଇଟି କାଲି ଦ୍ୱିପ୍ରହର ୧୨ଟାରେ ଉତ୍ତର ଦେବ । ଏହାପରେ ଶୁଣାଣି ହେବ ।