fbpx
BSKY SKY
BSKY SKY

ବାରଣ ସତ୍ତ୍ୱେ ବି ପଞ୍ଜାବରେ ଜଳୁଛି ନଡା, ସୁପ୍ରିମକୋର୍ଟ କହିଲେ ଧାନ ଚାଷ ବନ୍ଦ କରିଦିଅ

BSKY

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ବୃଦ୍ଧିକୁ ନେଇ ଶୁକ୍ରବାର ପୁଣି ଥରେ ସୁପ୍ରିମକୋର୍ଟରେ ଶୁଣାଣୀ ହୋଇଛି । ସୁପ୍ରିମକୋର୍ଟ କହିଛନ୍ତି ଏହି ପ୍ରଦୂଷଣ ଲାଗି ନଡା ଜଳାଇବା ସବୁଠାରୁ ବଡ କାରଣ ଯାହା ପଞ୍ଜାବ ଓ ହରିୟାଣାରେ ହେଉଛି । ପଞ୍ଜାବରେ ନଡା ଜଳାଇବାର ସବୁଠାରୁ ଅଧିକ ମାମଲା ଯେତେବେଳେକୋର୍ଟ ସାମ୍ନାକୁ ଆସିଲା ସେତେବେଳେ କୋର୍ଟ ପରାମର୍ଶ ଦେଇଛନ୍ତି କିି ଏଠାରେ ଧାନର ଫସଲ ପୁରା ବନ୍ଦ କରି ଦିଆଯାଉ । କୋର୍ଟର ଏକ ସ୍ୱତନ୍ତ୍ର ବେଞ୍ଚ କହିଛନ୍ତି ଆମେ ପଞ୍ଜାବରେ ଭୂତଳ ଜଳସ୍ତର ହ୍ରାସ ପାଉଥିବା ନେଇ ଚିନ୍ତିତ ଅଛୁ । ଏହି ସଂକଟରୁ ରକ୍ଷା ପାଇବା ଲାଗି ଏଠାରେ ଧାନ ଫସଲ ପୁରା ବନ୍ଦ କରି ଦିଆଯାଉ ।

ସୁପ୍ରିମକୋର୍ଟ କହିଛନ୍ତି ପଞ୍ଜାବରେ ଯେପରି ଜଳସ୍ତର ହ୍ରାସ ପାଉଛି ଆମେ ଚାହୁଁନାହୁଁ କି ଏଠାରେ ମରୁଭୂମି ସୃଷ୍ଟି ହେଉ । ତେଣୁ ଏଠାରେ ଧୀରେ ଧୀରେ ଧାନ ଚାଷ ବନ୍ଦ କରିଦିଆଯାଉ । ଏହା ବଦଳରେ ଅନ୍ୟ କିଛି ମୋଟା ଶସ୍ୟ ଚାଷ କରାଯାଉ । ସୁପ୍ରିମକୋର୍ଟ କହିଛନ୍ତି ଆମେ ନଡା ନ ଜଳାଇବାକୁ ନିର୍ଦ୍ଦେଶ ଦେବା ପରେ ସେଠାରେ ନଡା ଜଳାଯାଉଛି । କୋର୍ଟ କହିଛନ୍ତି ପ୍ରତିବର୍ଷ ଏପରି ହେଉଛି । ଯେତେବେଳେ ଆମେ ଏହି ମାମଲାରେ ମୁଣ୍ଡ ପୁରାଉଛୁ ସେତେବେଳେ ଯାଇ ସରକାରଙ୍କର ଚେତା ପଶୁଛି । କୋର୍ଟ କହିଛନ୍ତି ପ୍ରଦୂଷଣ ହ୍ରାସ କରିବାକୁ ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଉଛି । କିନ୍ତୁ ଆମକୁ ବିଶେଷଜ୍ଞ ନୁହଁନ୍ତି ପରିଣାମ ଆବଶ୍ୟକ ।

Get real time updates directly on you device, subscribe now.