fbpx

ଆମେରିକାରେ ହେଲା ବିଶ୍ୱର ପ୍ରଥମ ଚକ୍ଷୁ ପ୍ରତିରୋପଣ, ୨୧ ଘଣ୍ଟା ଧରି ଚାଲିଲା ସର୍ଜରୀ

ନୂଆଦିଲ୍ଲୀ: ଆମେରିକାର ନ୍ୟୁୟର୍କ ସହରରେ ଦୁନିଆର ପ୍ରଥମ ଆଇ ଟ୍ରାନ୍ସପ୍ଲାଣ୍ଟ ବା ଚକ୍ଷୁ ପ୍ରତିରୋପଣ କରାଯାଇଛି । ଡାକ୍ତରଙ୍କ ଦଳ ପ୍ରଥମ ଥର ପାଇଁ ମନୁଷ୍ୟର ସମ୍ପୂର୍ଣ୍ଣ ଆଖି ପ୍ରତିରୋପଣ କରିଛନ୍ତି ।

ଏହି ଅପରେସନ୍ ପ୍ରାୟ ୨୧ ଘଣ୍ଟା ଧରି ଚାଲିଥିଲା । ଗୁରୁବାର ଅପରେସନ୍ ପରେ ବିଶ୍ୱକୁ ଏହା ବିଷୟରେ ଅବଗତ କରାଯାଇଥିଲା । ଏହି ଟ୍ରାନ୍ସପ୍ଲାଣ୍ଟକୁ ଏକ ବଡ ସଫଳତା ଭାବରେ ବିବେଚନା କରାଯାଉଛି, କିନ୍ତୁ ରୋଗୀର ଦୃଷ୍ଟିଶକ୍ତି ଫେରିଆସିବ କି ନାହିଁ ତାହା ଏପର୍ଯ୍ୟନ୍ତ କୁହାଯାଇ ନାହିଁ ।

ମିଡିଆ ରିପୋର୍ଟ ଅନୁଯାୟୀ, ଆଖି ପ୍ରତିରୋପଣ କରିଥିବା ବ୍ୟକ୍ତିଙ୍କ ନାମ ଆରୋନ ଜେମ୍ସ ଓ ତାଙ୍କୁ ୪୬ ବଷ ବୟସ । ସେ ହାଇ ଭୋଲଟେଜ୍ ଲାଇନର କରେଣ୍ଟର ଶିକାର ହୋଇଥିଲେ । ଏହି କାରଣରୁ ତାଙ୍କ ମୁହଁର ବାମ ପାର୍ଶ୍ୱ, ନାକ, ପାଟି ଏବଂ ବାମ ଆଖି ଖରାପ ହୋଇଯାଇଥିଲା । ବହୁ ପରିଶ୍ରମ ପରେ ତାଙ୍କ ମୁହଁ ଅଧା ବଦିଳିଛି ।

୨୦୨୧ ମସିହାରେ ଏହି ଦୁର୍ଘଟଣା ଘଟିଥିଲା, କିନ୍ତୁ ବିଶେଷ କଥା ହେଲା ତାଙ୍କ ଡାହାଣ ଆଖି କାମ କରୁଥିଲା । ଏହି ବର୍ଷ ୨୭ ମେ ୨୦୨୩ ରେ, ଅସ୍ତ୍ରୋପଚାର ମାଧ୍ୟମରେ ଆଖି ପ୍ରତିରୋପଣ କରାଯାଇଥିଲା । ଏହା ୬ ମାସ ହୋଇଗଲା । ଏହି ଅସ୍ତ୍ରୋପଚାର କରିଥିବା ଦଳରେ ପ୍ରାୟ ୧୪୦ ଡାକ୍ତର ଅନ୍ତର୍ଭୁକ୍ତ ହୋଇଥିଲେ । ଜଣେ ୩୦ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ମୁହଁ ଏବଂ ଆଖି ଦାନ କରିଥିଲେ ।

Get real time updates directly on you device, subscribe now.