fbpx

କେନ୍ଦ୍ରର ଗ୍ରୀନ ସିଗନାଲ ପରେ ବି, ରାଜ୍ୟ ସରକାରଙ୍କ ମର୍ଜିରେ ହେବ ମଦ ବିକ୍ରି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୮ା୫: କରୋନା ସତର୍କତା ନେଇ ଦେଶ ରାଜ୍ୟ ଲକ୍ ଡାଉନ ରହିବାରୁ ଅର୍ଥନୀତି ଉପରେ ବେଶ ପ୍ରଭାବ ପକାଇଛି । ଲକ୍ ଡାଉନ ୩.୦ରେ ମଦ ଦୋକାନ ଖୋଲିବାକୁ କେନ୍ଦ୍ର ସରକାର ଗ୍ରୀନ ସିଗନାଲ ଦେଇଥିଲେ । କିଛି ରାଜ୍ୟରେ ମଦ ଦୋକାନ ଖୋଲିଥିବା ବେଳେ ଓଡ଼ିଶା ପରି କିଛି ଅନ୍ୟ ରାଜ୍ୟରେ ମଧ୍ୟ ମଦ ଦୋକାନ ଖୋଲି ନାହିଁ । କିନ୍ତୁ ମଦ ଦୋକାନ ଖୋଲିବ କି ନାହିଁ ତାହା ରାଜ୍ୟ ସରକାର ଇଚ୍ଛାଧୀନ ବ୍ୟାପାର ବୋଲି ଆଜି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ । ଏନେଇ ସୁପ୍ରିକମକୋର୍ଟ କୌଣସି ନିର୍ଦ୍ଦେଶ ଦେବାକୁ ମନା କରିଛନ୍ତି । ରାଜ୍ୟରେ ପରୋକ୍ଷ ବିକ୍ରି ଓ ହୋମ ଡେଲିଭରି ନେଇ ନିଷ୍ପତ୍ତି ନେଇ ପାରିବେ ରାଜ୍ୟ ସରକାର । କିନ୍ତୁ ମଦ ବିକ୍ରି ସମୟରେ ସାମାଜିକ ଦୂରତା ବଜାୟ ରହିବ । ଜଷ୍ଟିସ୍ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ବସିଥିବା ଖଣ୍ଡପୀଠରେ ଏହିପରି ନିଷ୍ପତ୍ତିି ନିଆଯାଇଛି ।

Get real time updates directly on you device, subscribe now.