fbpx

ଲଖୀମପୁର ହିଂସାକାଣ୍ଡ: ଆସନ୍ତା କାଲି ସୁପ୍ରିମକୋର୍ଟଙ୍କ ଶୁଣାଣି

Advertisement

ନୂଆଦିଲ୍ଳୀ: ଉତ୍ତରପ୍ରଦେଶର ଲଖୀମପୁର ଖେରୀରେ ହୋଇଥିବା ହିଂସାକାଣ୍ଡ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହେବାକୁ ଯାଉଛି । ଗୁରୁବାର ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ ଭି ରମନ୍ନା ଏହି ମାମଲାର ବିଚାର କରିବେ ବୋଲି ଜଣାପଡିଛି । ଲଖୀମପୁର ଖେରୀରେ ହୋଇଥିବା ଏହି ହିଂସାକାଣ୍ଡକୁ ନେଇ ସମଗ୍ର ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ସୁପ୍ରିମକୋର୍ଟ ନିଜ ତରଫରୁ ଏହି ମାମଲାର ଶୁଣାଣି କରିଥିଲେ ।
ରବିବାର ଦିନ ଲଖୀମପୁର ଖେରିରେ ଗାଡ଼ି ମାଡିଯିବାରୁ ୪ କୃଷକ ଓ ପରବର୍ତ୍ତୀ ହିଂସାରେ ଆଉ ୪ ଜଣଙ୍କର ମୃତ୍ୟୁ ହୋଇଥିଲା, ଯାହାକୁ ନେଇ ତେଜିଛି ଅସନ୍ତୋଷ । ବିରୋଧୀ କଂଗ୍ରେସ, ସମାଜବାଦୀ ପାର୍ଟି, ଆପ ୟୁପି ସରକାରଙ୍କୁ ଘେରିଛନ୍ତି । ଏହା ସହ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡ଼ି ଧକ୍କାରେ କୃଷକଙ୍କ ମୃତ୍ୟୁ ଓ ଏହା ପରେ ହୋଇଥିବା ଉତ୍ତେଜନାର ଭିଡିଓ ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସିବାରେ ଲାଗିଛି । ଆଉ ଏକ ନୂଆ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଉତ୍ତରପ୍ରଦେଶର କଂଗ୍ରେସ ଓ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ସମେତ ଅନେକ ନେତା ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଭିଡିଓକୁ ପୋଷ୍ଟ କରିବା ସହିତ ଏହି ଦୁର୍ଘଟଣାକୁ ହତ୍ୟା ବୋଲି ସେମାନେ ଦାବି କରିଛନ୍ତି ।

Get real time updates directly on you device, subscribe now.