fbpx

ଆସନ୍ତା ୨୦ରେ ପୱନର SLP ଶୁଣାଣି

ନୂଆଦିଲ୍ଲୀ, ୧୮ା୧: ସୁପ୍ରିମକୋର୍ଟରେ ୨୦୧୨ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ମାମଲା ହୋଇଥିଲା । ଦୋଷୀ ପୱନର ସ୍ୱତନ୍ତ୍ର ଲିଭ୍ ପିଟିସନ ଉପରେ ଶୁଣାଣି ଆସନ୍ତା ୨୦ରେ ହେବ ବୋଲି ସୂଚନା ମିଳିଛି । ଅପରାଧ ସମୟରେ ନିଜେ ନାବାଳକ ଥିବା ଦର୍ଶାଇଛି ପୱନ । ଏହି ତଥ୍ୟକୁ ଦିଲ୍ଲୀ ହାଇକୋର୍ଟ ଏଡ଼ାଇ ଯାଇଥିବା ପୱନ ଅଭିଯୋଗ କରିଛି ।
ଉଲ୍ଲେଖଯୋଗ୍ୟ ଯେ ନିର୍ଭୟା ମାମଲାର ୪ଦୋଷୀଙ୍କ ମଧ୍ୟରୁ ମୁକେଶ ରାଜକ୍ଷମା ପାଇଁ ଆବେଦନ କରିଥିଲା । ଗତକାଲି ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରିିଥିଲେ ରାଷ୍ଟ୍ରପତି । ରାଷ୍ଟ୍ରପତି ଭବନ ପକ୍ଷରୁ ଗୃହ ମନ୍ତ୍ରାଳୟକୁ ଅବଗତ କରାଯାଇଥିଲା । ଏହାସହ ଫାଶୀଦଣ୍ଡ ବଜାୟ ରଖିବାକୁ ପରାମର୍ଶ ଦିଆଯାଇଥିଲା । ତେଣୁ ଗତକାଲି ପଟିଆଲା ହାଉସ କୋର୍ଟ ପକ୍ଷରୁ ନୂଆ ଡ଼େଥ ୱାରେଣ୍ଟ ଜାରି କରାଯାଇଥିଲା । ଜାନୁଆରି ୨୨ତାରିଖ ବଦଳରେ ଫେବୃଆରୀ ୧ ତାରିଖ ଦିନ ସକାଳ ୬ଟାରେ ଅକ୍ଷୟ, ପୱନ, ବିନୟ, ମୁକେଶ ୪ଦୋଷୀଙ୍କୁ ଫାଶୀ ଦିଆଯିବ । ତିହାର ଜେଲରେ ସେମାନଙ୍କୁ ଫାଶୀ ଦିଆଯିବା ସହ ପ୍ରସ୍ତୁତି ଚୂଡ଼ାନ୍ତ ରୂପ ନେଇଥିବା ସୂଚନା ରହିଛି ।

Get real time updates directly on you device, subscribe now.