fbpx

ଆଜିଠାରୁ ୧୫ଦିନରେ ସବୁ ପ୍ରବାସୀଙ୍କୁ ଘରେ ପହଞ୍ଚାଅ: ସୁପ୍ରିମକୋର୍ଟ

Advertisement

ନୂଆଦିଲ୍ଲୀ, ୯ା୬: ବହୁ ପ୍ରବାସୀ ନିଜ ରାଜ୍ୟ ବାହାରେ ଫସି ରହିଛନ୍ତି । ତେଣୁ ପ୍ରବାସୀ ଶ୍ରମିକଙ୍କୁ ନେଇ ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ପ୍ରବାସୀ ଶ୍ରମିକଙ୍କ ନାମ ପଞ୍ଜିକରଣ ହେଉ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଆଜିଠାରୁ ୧୫ଦିନ ଭିତରେ ସବୁ ପ୍ରବାସୀଙ୍କୁ ଘରେ ପହଞ୍ଚାଅ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨୪ଘଣ୍ଟା ମଧ୍ୟରେ ଶ୍ରମିକ ଟ୍ରେନ ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଯୋଗ୍ୟତା ଆଧାରରେ ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତି ଦିଆଯାଉ । ନିଯୁକ୍ତି ନେଇ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.