fbpx
BJD
BJD SKY
BJD SKY

୧୧ କୋଟି ଟଙ୍କା ମୂଲ୍ୟର ମୁକୁଟ ପିନ୍ଧିବେ ରାମ ଲଲା, ଗୁଜୁରାଟର ଏହି ବ୍ୟବସାୟୀ ଦେଲେ ଦାନ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମଲଲା ନିଜ ଜନ୍ମସ୍ଥାନରେ ନବ ନିର୍ମିତ ମନ୍ଦିରରେ ବିରାଜମାନ କରିସାରିଛନ୍ତି । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଜିତ୍ ମୂହୁର୍ତ୍ତରେ ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ଣ୍ଣ କରିଛନ୍ତି । ରାମଲଲାଙ୍କ ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ଲକ୍ଷ ଲକ୍ଷ ଭକ୍ତ ଅଯୋଧ୍ୟାରେ ଏକାଠି ହୋଇଛନ୍ତି । ଭକ୍ତମାନେ ସୁନା ଓ ହୀରାରେ ସଜ୍ଜିତ ରାମଲଲାର ଐଶ୍ୱରୀୟ ରୂପ ଦେଖିବାରେ କଦାପି ଥକ୍କି ଯାଆନ୍ତିନାହିଁ ।

ଗୁଜୁରାଟର ଜଣେ ହୀରା ବ୍ୟବସାୟୀ ପ୍ରଭୁ ରାମଙ୍କୁ ସୁନା ଏବଂ ହୀରାରେ ସଜାଯାଇଥିବା ମୁକୁଟ ଉପହାର ଦେଇଛନ୍ତି, ଯାହାର ମୂଲ୍ୟ ୧୧ କୋଟି ଟଙ୍କା ବୋଲି କୁହାଯାଉଛି । ସୁରଟରେ ଥିବା ଗ୍ରୀନ୍ ଲ୍ୟାବ ଡାଇମଣ୍ଡ କମ୍ପାନୀର ମାଲିକ ମୁକେଶ ପଟେଲଙ୍କ ଦ୍ୱାରା ଦାନ କରାଯାଇଥିବା ଏହି ମୁକୁଟର ଓଜନ ପ୍ରାୟ ୬ କିଲୋଗ୍ରାମ । ଏହା ୨୪ କ୍ୟାରେଟ୍ ସୁନାରେ ନିର୍ମିତ ହୋଇଛି ଏବଂ ମୂଲ୍ୟବାନ ହୀରା ଏବଂ ରତ୍ନରେ ସଜାଯାଇଛି । ମୁକେଶ ପଟେଲ ନିଜେ ପରିବାର ସହିତ ଅଯୋଧ୍ୟାରେ ପହଞ୍ଚି ମନ୍ଦିର ଟ୍ରଷ୍ଟରେ ଭେଟ କରିଥିଲେ । ସେ ଟ୍ରଷ୍ଟ ଚେୟାରମ୍ୟାନ୍ ଚମ୍ପତ ରାୟଙ୍କୁ ଦେଇଥିଲେ । ଏହି ସମୟରେ ମନ୍ଦିରର ମୁଖ୍ୟ ପୁରୋହିତ ମଧ୍ୟ ଉପସ୍ଥିତ ଥିଲେ ।

ଗୁଜୁରାଟର ଆଉ ଜଣେ ହୀରା ବ୍ୟବସାୟୀ ଦିଲୀପ କୁମାର ଭି ଲାଖୀ ରାମ ମନ୍ଦିରକୁ ୧୦୧ ଟି ସୁନା ମୁଦ୍ରା ଦାନ କରିଛନ୍ତି । ସେ ଦାନ କରିଥିବା ସୁନାରେ ରାମ ମନ୍ଦିରର ୧୪ ଟି ସ୍ୱର୍ଣ୍ଣ ଦ୍ୱାରକୁ ସଜାଯାଇଛି । ଏହା ବ୍ୟତୀତ ଗର୍ଭଗୃହରେ ତ୍ରିଶୂଳ, ଡମରୁ ଓ ସ୍ତମ୍ଭଗୁଡ଼ିକୁ ସୁନାରେ ସଜାଯାଇଛି । କୁହାଯାଉଛି ଯେ ଦିଲୀପ କୁମାର ଦେଇଥିବା ସୁନା ହେଉଛି ରାମ ମନ୍ଦିର ପାଇଁ ସବୁଠାରୁ ବଡ ବ୍ୟକ୍ତିଗତ ଦାନ ।

Get real time updates directly on you device, subscribe now.