୩୦ ଘଣ୍ଟା ପରେ ଶରୀରରୁ ଛୁରୀକୁ ବାହାର କଲେ ଡାକ୍ତର, ୩ ଘଣ୍ଟା ଚାଲିଲା ସର୍ଜରୀ

ଜଣେ ମହିଳାଙ୍କୁ ଛୁରୀ ମାରିବାର ପ୍ରାୟ ୩୦ ଘଣ୍ଟା ପରେ ଡାକ୍ତରମାନେ ତାଙ୍କ ଶରୀରକୁ ଛୁରୀକୁ ବାହାର କରିଛନ୍ତି । ୩ ଘଣ୍ଟାର ସର୍ଜରୀ ବା ଅସ୍ତ୍ରୋପଚାର ପରେ ମହିଳାଙ୍କ ଶରୀରରୁ ଛୁରୀକୁ କାଢିଥିଲେ ଡାକ୍ତର । ଏଭଳି ଏକ ଘଟଣା ତାମିଲନାହୁର କୃଷ୍ଣଗିରି ଜିଲ୍ଲାର ହୋସୁରରେ ଘଟିଯାଇଛି । ମହିଳାଙ୍କ ନାମ ମଲ୍ଲିକା ହୋଇଥିବା ବେଳେ ତାଙ୍କୁ ୪୦ ବର୍ଷ ହେବ ବୋଲି ଜଣାପଡିଛି ।

ତେବେ ମଲ୍ଲିକାଙ୍କୁ ୨୫ ମଇରେ ଆକ୍ରମଣଗାରୀଙ୍କ ଦ୍ୱାରା ଛୁରାମାଡ କରାଯାଇଥିଲା । କିନ୍ତୁ ରାତିସାରା ଛୁରୀ ତାଙ୍କ ଶରୀରରେ ପଶିକି ରହିବା ପରେ ବଞ୍ଚିବେ କି ନାହିଁ, ତାହା ସେ ଜାଣି ନଥିଲେ । ଘଟଣାର ୩୦ ଘଣ୍ଟା ପରେ କୋଏମ୍ବାଟୁର ମେଡିକାଲରେ ଡାକ୍ତରମାନେ ପ୍ରାୟ ୩ ଘଣ୍ଟାର ଅସ୍ତ୍ରୋପଚାର କରିବା ପରେ ଛୁରୀଟିକୁ ବାହାର କରିବାରେ ସଫଳ ହୋଇଥିଲେ । ଛୁରୀଟି ୬ ଇଞ୍ଚରୁ ଅଧିକ ଲମ୍ବା ରହିଥିବା ବେଳେ ତାହା ମହିଳାଙ୍କ ଫୁସଫୁସ ନିକଟରେ ଏକ ଛିଦ୍ର କରିଥିଲା । କିନ୍ତୁ ଛୁରୀରେ ମହିଳାଙ୍କ ହୃଦୟର କୌଣସି କ୍ଷତି କରିନଥିଲା । ଅସ୍ତ୍ରୋପଚାରର ୩ ଦିନ ପରେ ମହିଳାଙ୍କୁ ମେହାକିଲରୁ ଡିସଚାର୍ଜ କରାଯାଇଥିଲା ।