ଚାକିରି କରିବ ତ ଏମିତି କମ୍ପାନୀରେ…ଖ୍ରୀଷ୍ଚମାସରେ କର୍ମଚାରୀଙ୍କୁ କାର୍-ବୁଲେଟ ଭଳି ଧମାକା ଗିଫ୍ଚ ଦେଲେ ମାଲିକ

ନୂଆଦିଲ୍ଲୀ: ଆଉ ଗୋଟିଏ ଦିନ ପରେ ଖ୍ରୀଷ୍ଟମାସ । ଏଥି ପାଇଁ ସମସ୍ତ କମ୍ପାନୀମାନେ ନିଜ କମ୍ପାନୀମାନଙ୍କୁ ସରପ୍ରାଇଜ ଗିଫ୍ଟ ପ୍ରଦାନ କରିଥାନ୍ତି । ହେଲେ କର୍ମଚାରୀଙ୍କୁ କମ୍ପାନୀ କୋଟିକୋଟି ଟଙ୍କାର ଉପହାର ଦେବା କେବେ ଶୁଣିଛନ୍ତି କି? ସର୍ମାଉଣ୍ଟ ଲଜିଷ୍ଟିକ୍ ସଲ୍ୟୁସନ୍ ପ୍ରାଇଭେଟ ଲିମିଟେଡ୍ ଏହାର କର୍ମଚାରୀମାନଙ୍କୁ ଏଭଳି କିଛି ଗିଫ୍ଟ ଦେଇଛି ଯାହାକି ସମସ୍ତଙ୍କୁ ଚକିତ କରିଦେଇଛି । ଟାଟା କାର୍, ଆକ୍ଟିଭା ଏବଂ ବାଇକ୍ ଉପହାର ଦେଇଛି ।   କର୍ମଚାରୀଙ୍କ କଠିନ ପରିଶ୍ରମରେ ଖୁସି ହୋଇ କମ୍ପାନୀର ମାଲିକ ଏହି ଉପହାର ଦେଇଛନ୍ତି। 20 ଜଣ କର୍ମଚାରୀଙ୍କୁ ଟାଟା କାର୍, ଆକ୍ଟିଭା ସ୍କୁଟି ଏବଂ ରୟାଲ୍ ଏନ୍ଫିଲ୍ଡ ବାଇକ୍ ପ୍ରଦାନ କରାଯାଇଛି ଯାହା ସେମାନଙ୍କୁ ଉଚ୍ଚ ଲକ୍ଷ୍ୟ ହାସଲ କରିବାକୁ ଉତ୍ସାହିତ କରିବ ବୋଲି କୁହାଯାଇଛି ।

ଏହି କମ୍ପାନୀ ମାଲ ପରିବହନରେ ବିଳମ୍ବ, ଅପାରଗ ଯୋଗାଣ ଶୃଙ୍ଖଳା ସମାଧାନ ପରି ଲଜିଷ୍ଟିକ୍ କ୍ଷେତ୍ରର ସାଧାରଣ ଆହ୍ଵାନର ସମାଧାନ କରିଥାଏ । ଲଜିଷ୍ଟିକ କାର୍ଯ୍ୟକୁ ସରଳ କରିବା ପାଇଁ କମ୍ପାନୀ କାର୍ଯ୍ୟ କରୁଥିବା କୁହାଯାଇଛି । କର୍ମଚାରୀମାନଙ୍କ ସର୍ବୋତ୍ତମ କାର୍ଯ୍ୟ ଯୋଗୁଁ ଏହା ସମ୍ଭବ ହୋଇପାରିଥିବା କୁହାଯାଇଛି । ତେବେ ଏତେ ଦାମୀ କାର୍ ଦେବା କାରଣରୁ ଏହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଯଦି ଦେଖିବ କର୍ମଚାରୀଙ୍କୁ ଦାମୀ ଗିଫ୍ଚ ଦେବା ଏହା ପ୍ରଥମ କଥା ନୁହେଁ । ଏହା ପୂର୍ବରୁ ମଧ୍ୟ ଅନେକ କମ୍ପାନୀ ନିଜ କର୍ମଚାରୀଙ୍କୁ ଦାମୀ ଗିଫ୍ଚ ପ୍ରଦାନ କରିଛନ୍ତି ।