fbpx

ନବରାତ୍ରୀରେ ଖାଇବା ଆଗରୁ ଗୋମାତାଙ୍କୁ ସମର୍ପଣ କରି ଖାଆନ୍ତୁ; ପ୍ରସନ୍ନ ହେବେ ମା’ ଲକ୍ଷ୍ମୀ, ପାଖ ମାଡ଼ିବନି ଅଭାବ

ଓଡ଼ିଶା ଭାସ୍କର: ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରୀ । ନବରାତ୍ରୀରେ ମା’ଙ୍କ ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳିଥାଏ । ନବରାତ୍ରୀ ସମୟରେ ମା ଦୁର୍ଗାଙ୍କର ନଅ ପ୍ରକାର ପୂଜା କରାଯାଏ । ଏହି ୯ ଦିନରେ ମାତା ଦୁର୍ଗା, ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁସ୍ମଣ୍ଡା, ସ୍କନ୍ଦମାତା, କତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଏବଂ ସିଦ୍ଧିଦାତ୍ରୀ ରୂପରେ ପୂଜା ପାଇଥାନ୍ତି । ନବରାତ୍ରୀର ତୃତୀୟ ଶକ୍ତି ମାଆ ଚନ୍ଦ୍ରଘଣ୍ଟାଙ୍କ ପୂଜା କରାଯାଇଥାଏ ।

ନୂଆ ଘର ବା ଅଫିସରେ ସୁଖ, ଶାନ୍ତି ଓ ଲାଭ ପାଇଁ ଲୋକମାନେ ନବରାତ୍ରୀ କରିଥାନ୍ତି । ଯେକୌଣସି ଶୁଭ କାମ ଆରମ୍ଭ କରିବା ଆଗରୁ ମାଆଙ୍କ ଆରାଧନା କରିବା ଉଚିତ୍ । ଆଉ ଅନ୍ୟପକ୍ଷେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏସବୁକୁ ଆଦୌ ବିଶ୍ୱାସ କରନ୍ତିନି । ଯାହା ଦ୍ୱାରା ସେମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ବୋଲି କୁହାଯାଏ ।

ତେବେ ଆସନ୍ତୁ ଜାଣିବା ନବରାତ୍ରରେ ସାଧାରଣତଃ କେଉଁ ସବୁ ଭୁଲ ଯୋଗୁଁ ସମସ୍ୟା ଦେଖାଦେଇଥାଏ । ଯଦି ଏପରି ଆପଣ କରୁଥାନ୍ତି ତେବେ ଏହାକୁ ଏଡ଼ାଇବାକୁ ଚେଷ୍ଟା କରନ୍ତୁ । ଖାସ୍ କରି ନବରାତ୍ରୀରେ ଖାଇବା ଆଗରୁ ଗୋମାତାଙ୍କୁ ସମର୍ପଣ କରି ଖାଆନ୍ତୁ, ଏପରି କଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । କେବେବି ଆପଣଙ୍କ ଅଭାବ ପାଖ ମାଡ଼ିବନି ।

  • ଯେଉଁ ପାନିଆ ସାମାନ୍ୟ ମଧ୍ୟ ଭାଙ୍ଗିଯାଇଛି, ସେଥିରେ କେଶ କୁଣ୍ଡାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ବାସ୍ତୁଦୋଷ ସୃଷ୍ଟି ହୋଇଥାଏ।
  • ଗୃହର ଆଲମିରା ନିକଟରେ ଝାଡ଼ୁ ରଖନ୍ତୁ ନାହିଁ।
  • ଆଲମିରା ଅଳ୍ପ ଭାଙ୍ଗି ଥିଲେ ମଧ୍ୟ ଏହାକୁ ବ୍ୟବହାର କରନ୍ତୁ ନାହିଁ। ଏଥିରେ ଟଙ୍କାପଇସା ରଖିବା ଦ୍ୱାରା ଆର୍ଥିକ ସମସ୍ୟା ଲାଗି ରହିଥାଏ।
  • ଯେଉଁ ଗୃହରେ ନାରୀଙ୍କୁ ସମ୍ମାନ ମିଳେ ନାହିଁ, ସେଠାରେ ମା’ଲକ୍ଷ୍ମୀ ବାସ କରନ୍ତି ନାହିଁ। ତେଣୁ ଘରର ନାରୀଙ୍କୁ ସର୍ବଦା ସମ୍ମାନ ଦିଅନ୍ତୁ।
  • ଗାଧୁଆ ଘରର ଦରଜାକୁ ଖୋଲା କରି ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ବିନା କାରଣରେ ଟଙ୍କାପଇସା ଖର୍ଚ୍ଚ ଲାଗି ରହିଥାଏ।
  • ରୋଷେଇ ଘରେ କୌଣସି ପ୍ରକାରର ଔଷଧ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହିନଥାଏ।
  • ସୋଫା ଆଦି ଘରର ସାଜସଜ୍ଜା ଦ୍ରବ୍ୟ ଭାଙ୍ଗି ଥିଲେ, ଏହାକୁ ମଧ୍ୟ ଘରେ ରଖନ୍ତୁ ନାହିଁ।
  • ତୁଳସୀ ଚଉଁରା ନିକଟରେ ଘିଅ ଦୀପ ପ୍ରତିଦିନ ଲଗାନ୍ତୁ।
  • ଶୋଇବା କକ୍ଷରେ ଝାଡ଼ୁ, ବାସନକୁସନ ରଖନ୍ତୁ ନାହିଁ।
  • ଭୋଜନର ପ୍ରଥମ ଭାଗ ଭଗବାନ ଓ ଗାଈଙ୍କୁ ସମର୍ପଣ କରି ଖାଆନ୍ତୁ।

Get real time updates directly on you device, subscribe now.