fbpx
BSKY
BJD MC SKY
BJD YOUTH SKY

୨୦୨୩ ମସିହାରେ ମାଲାମଲ ହେବେ ଏହି ରାଶିର ବ୍ୟକ୍ତି; ହେବ ଧନ ବର୍ଷା ମିଳିବ ସଫଳତା

ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ରର ଅନେକ ମହତ୍ୱ ଏବଂ ଗୁରୁତ୍ୱ ରହିଛି । ଫଳରେ ଏହି ଶାସ୍ତ୍ରମାଧ୍ୟମରେ ଜ୍ୟୋତିଷ ବିଶାରଦମାନେ ଗ୍ରହ ନକ୍ଷତ୍ରଙ୍କ ଗତିପଥ ଏବଂ ଚଳନ ବିଷୟରେ ଏନେକ କିଛି କଥା ଜାଣିପାରିବା ସହ ଏହା କେଉଁ ରାଶି ଉପରେ କିପରି ପ୍ରଭାବ ପକାଇବ ତାହା ମଧ୍ୟ କହିଥାନ୍ତିି । ତେବେ ଶାସ୍ତ୍ର ଅନୁସାରେ ଚଳିତ ବର୍ଷ ଡିସେମ୍ବର ୧୬ ତାରିଖରେ ଗ୍ରହରାଜ ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରିଥିବା ବେଳେ ଆସନ୍ତା ବର୍ଷ ଜାନୁଆରୀ ୧୪ ଜାରିଖରେ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିବେ । ଫଳରେ ଏହା ପ୍ରତ୍ୟେକ ରାଶି ଉପରେ କିଛି ନା କିଛି ପ୍ରଭାବ ପକାଇବ । ଯେଉଁ କାରଣରୁ କିଛି ରାଶିର ବ୍ୟକ୍ତିମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବା ସହ କିଛି ରାଶିର ବ୍ୟକ୍ତିମାନେ ମାଲାମାଲ ହେବେ । ତେବେ ସୂର୍ଯ୍ୟଙ୍କ ଏହି ରାଶି ଏବଂ ଗତି ପରିବର୍ତ୍ତନ ଖାସ କରି ୩ଟି ରାଶି ଉପରେ ଅଧିକ ପ୍ରଭାବ ପକାଇବ । ଫଳରେ ଏହି ରାଶିର ବ୍ୟକ୍ତିମାନେ ଜୀବନରେ ଅନେକ ସଫଳତା ପାଇବା ସହ ଧନପ୍ରାପ୍ତିର ମଧ୍ୟ ଯୋଗ ରହିଛି । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ୪ ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ…
ମକର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହରାଜ ସୂର୍ଯ୍ୟ ଆସନ୍ତା ବର୍ଷ ଜାନୁଆରୀ ୧୪ ତାରିଖରେ ମକର ରାଶିରେ ପ୍ରବେଶ କରିବେ । ଫଳରେ ଏହା ମକର ରାଶିର ବ୍ୟକ୍ତିମାନଙ୍କୁ ଅନେକ ଶୁଭ ଫଳ ପ୍ରଦାନ କରିବ ।ଏଥିସହିତ କ୍ୟାରିୟରରେ ସଫଳତା ମିଳିବା ସହ ବେପାର ବାଣିଜ୍ୟ କରୁଥିବା ବ୍ୟକ୍ତିମାନେ ମଧ୍ୟ ଲାଭବାନ ହେବେ । ଏତତ୍ ବ୍ୟତୀତ ଚାକିରୀରେ ପ୍ରମୋସନ ହେବ । ଧନପ୍ରାପ୍ତିର ମଧ୍ୟ ଯୋଗ ରହିଛି । ସର୍ବମୋଟରେ କହିବାକୁ ଗଲେ ୨୦୨୩ ମସିହା ପ୍ରାରମ୍ଭ କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିବ ।

ତୁଳା: ଜାନୁଆରୀରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବେ । ଯାହାଫଳରେ ଏହା ତୁଳା ରାଶିର ବ୍ୟକ୍ତିମାନଙ୍କ ପାଇଁ ଆର୍ଥିକ ସ୍ତରରେ ଅନେକ ଶୁଭ ଫଳ ପ୍ରଦାନ କରିବ । ଏହି ରାଶିର ବ୍ୟକ୍ତିମାନେ ଯାନବାହାନ କିମ୍ବା ସମ୍ପତ୍ତି କିଣିବାର ଯୋଗ ଅଛି । ଏଥିସହିତ ଯେଉଁ ବ୍ୟକ୍ତିମାନେ ରିଆଲଷ୍ଟେଟ୍ କିମ୍ବା ପ୍ରପଟି ଡିଲର ଅଛନ୍ତି ସେମାନଙ୍କ ପାଇଁ ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ ଅନେକ ଶୁଭ ଫଳ ପ୍ରଦାନ କରିବ ।

ମିଥୁନ: ଏହି ରାଶିର ବ୍ୟକ୍ତିମାନଙ୍କ ସୂର୍ଯ୍ୟଙ୍କ ଗତି ପରିବର୍ତ୍ତନ ଅନେକ ଭଳ ଫଳ ପ୍ରଦାନ କରିବ । ସୂର୍ଯ୍ୟ ଏହି ରାଶିର ଅଷ୍ଟମ ସ୍ଥାନରେ ପ୍ରବେଶ କରିବାକୁ ଯାଉଛନ୍ତି । ଯେଉଁ କାରଣରୁ ରିସର୍ଚ୍ଚରେ ଜୋଡିହୋଇଥିବା ବ୍ୟକ୍ତିଙ୍କୁ ସଫଳତା ମିଳିବ । ଏଥିସହିତ ସ୍ୱାସ୍ଥ୍ୟ ଭଲ ରହିବା ସହ ପୂର୍ବରୁ ଲାଗିରହିଥିବା ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର ହେବ ।

ମୀନ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ମୀନ ରାଶିର ବୟକ୍ତିମାନଙ୍କ ପାଇଁ ଫଳପ୍ରଦ ରହବ । ଯେଉଁ କାରଣରୁ ଏହି ରାଶିର ବ୍ୟକ୍ତିମାନଙ୍କୁ କେଉଁଠାରୁ ଶୁଭ ସମାଚାର ମିଳିବ । ଏଥିସହିତ ଦୀର୍ଘଦିନ ଧରି ଅଟକି ରହିଥିବା କାମ ମଧ୍ୟ ପୁରଣ ହେବାର ସମ୍ଭାବନା ରହିଛି । ତେବେ ବପୋର ବାଣିଜ୍ୟ କରୁଥିବା ବ୍ୟକ୍ତିମାନେ ଲାଭଭାନ ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.