fbpx

ବର୍ଷର ପ୍ରଥମ ସୂର୍ଯ୍ୟପରାଗ କେବେ ? ଜାଣନ୍ତୁ ସୂତକ କାଳ, ମେଷ ସମେତ ୫ ରାଶିର ଲୋକଙ୍କ ସ୍ୱାସ୍ଥ୍ୟ ଓ କ୍ୟାରିଅର ଉପରେ ପଡିବ ପ୍ରଭାବ

୨୦୨୩ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୨୦ ଏପ୍ରିଲ ଗୁରୁବାର ଦିନ ଲାଗିବାକୁୁ ଯାଉଛି । ଏହି ସୂର୍ଯ୍ୟ ପରାଗ ୦୫ ଘଣ୍ଟା ୨୪ ମିନିଟ୍ ପର୍ଯ୍ୟନ୍ତ ରହିବ ଏବଂ ଏହା ଖଗ୍ରାସ ସୂର୍ଯ୍ୟ ଗ୍ରହଣ ହେବ । ଯେତେବେଳେ ସୂର୍ଯ୍ୟ ମେଷ ରାଶିରେ ରହିବେ, ସେତେବେଳେ ଗ୍ରହଣ ଲାଗିବ ।

ଏପ୍ରିଲ୍ ୨୦ ରେ ସୂର୍ଯ୍ୟପରାଗ ସକାଳ ୦୭:୦୫ ରୁ ଆରମ୍ଭ ହେବ ଏବଂ ଦ୍ୱିପହର ୧୨:୨୯ ରେ ଗ୍ରହଣ ଶେଷ ହେବ । ଏହି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ, ତେଣୁ ଏହାର ସୂତକ ଅବଧି ବୈଧ ହେବ ନାହିଁ । ଉଲ୍ଲେଖଥାଉ କି, ସୂର୍ଯ୍ୟପରାଗର ସୂତକ ଅବଧି ଗ୍ରହଣ ଆରମ୍ଭ ହେବାର ୧୨ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇ ଗ୍ରହଣର ସମାପ୍ତି ସହିତ ଶେଷ ହୁଏ ।

ଏହି ସୂର୍ଯ୍ୟ ପରାଗରେ ପାଞ୍ଚଟି ରାଶି ଯଥା ମେଷ, ସିଂହ, କନ୍ୟା, ବିଛା ଓ ମକର ରାଶିର ଲୋକଙ୍କ ଉପରେ ଖପରା ପ୍ରଭାବ ପକାଇବ । ଏହି ପାଞ୍ଚଟି ରାଶିର ଚିହ୍ନ ଉପରେ ସୂର୍ଯ୍ୟ ଗ୍ରହଣର ପ୍ରଭାବ କିପରି ପଡ଼ିବ, ଆସନ୍ତୁ ଜାଣିବା…

ମେଷ: ସୂର୍ଯ୍ୟ ଆପଣଙ୍କ ରାଶିରେ ଉପସ୍ଥିତ ଥିବାବେଳେ ଏହି ସୂର୍ଯ୍ୟପରାଗ ଲାଗିବ, ତେଣୁ ଏହି ଗ୍ରହଣର ପ୍ରଭାବ ଆପଣଙ୍କ ଉପରେ ଅଧିକ ରହିବ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ବୃତ୍ତି ଉପରେ ପ୍ରତିକୂଳ ପ୍ରଭାବ ପକାଇବ । ପଦୋନ୍ନତି ବନ୍ଦ ହୋଇପାରେ, ଯାହାଦ୍ୱାରା ଟେନସନ ଆରମ୍ଭ ହେବ । ଏହି ସମୟରେ ଆପଣ ନିଜ ସ୍ୱାସ୍ଥ୍ୟର ସମ୍ପୂର୍ଣ୍ଣ ଯତ୍ନ ନେବା ଉଚିତ୍ । ଅଦରକାରୀ ଜିନିଷ ପାଇଁ ଟଙ୍କା ଖର୍ଚ୍ଚ କରନ୍ତୁ ନାହିଁ । ଭୁଲ ଅଭ୍ୟାସ ଯୋଗୁଁ ସମସ୍ୟା ଉପୁଜିପାରେ ।

ସିଂହ: ସୂର୍ଯ୍ୟ ହେଉଛି ଏହି ରାଶିର ସ୍ୱାମୀଗ୍ରହ ଏବଂ ଏହି ରାଶିର ଲୋକମାନେ ଗ୍ରହଣ ସମୟରେ ପ୍ରଭାବିତ ହେବ । ଫଳରେ ଲୋକଙ୍କ କ୍ୟାରିଅରରେ ଉତ୍ଥାନ-ପତନର ପରିସ୍ଥିତି ଆସିବ । ଆପଣଙ୍କୁ ସାବଧାନର ସହ ନିଷ୍ପତ୍ତି ନେବାକୁ ପଡ଼ିବ । ଦରମା ବୃଦ୍ଧି କିମ୍ବା ପଦୋନ୍ନତି ଆପଣଙ୍କ ମନର ସପକ୍ଷରେ ନ ଥିବାରୁ ଆପଣ ବିରକ୍ତ ହୋଇପାରନ୍ତି, କିନ୍ତୁ ନିଜ ଇଚ୍ଛାରେ ନିଆଯାଇଥିବା ନିଷ୍ପତ୍ତି ଆପଣଙ୍କ ପାଇଁ କ୍ଷତିକାରକ ହେବ । ଶିକ୍ଷା କ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡିବ, ସେବେଯାଇ ରେଜଲ୍ଟ ମିଳିବ । ଏହି ରାଶିର ଲୋକଙ୍କୁ ସଂଯମତା ସହିତ କାମ କରିବାକୁ ପଡିବ ।

କନ୍ୟା: ସୂର୍ଯ୍ୟପରାଗ ଯୋଗୁଁ କନ୍ୟା ରାଶିର ଲୋକଙ୍କ ଜୀବନରେ ଅନେକ ପ୍ରକାରର ସମସ୍ୟା ଦେଖିବାକୁ ମିଳିବ । ଏହି ସମୟ ମଧ୍ୟରେ ଆପଣଙ୍କୁ ଯତ୍ନର ସହ ଭ୍ରମଣ କରିବାକୁ ପଡିବ ଏବଂ ଯତ୍ନର ସହିତ ଡ୍ରାଇଭ୍ କରିବାକୁ ପଡିବ । ଆପଣଙ୍କର କିଛି ମୂଲ୍ୟବାନ ଜିନିଷ ଚୋରି ହୋଇପାରେ, ଏହି କାରଣରୁ ଆପଣଙ୍କୁ ସତର୍କ ରହିବାକୁ ପଡିବ । ଯେତେବେଳେ ଆପଣ ଭ୍ରମଣ କରନ୍ତି ନିରାପତ୍ତା ବିଷୟରେ ସଚେତନ ରୁହନ୍ତୁ । ଟଙ୍କା ନଷ୍ଟ ହେବାର ସମ୍ଭାବନା ରହିଛି । ଚିନ୍ତାକରି କାହାକୁ ଟଙ୍କା ଦିଅ କିମ୍ବା ନିମେଶ କର । ଏହି ସମୟରେ ଆପଣଙ୍କର ବକ୍ତବ୍ୟ ଏବଂ ଆଚରଣକୁ ନିୟନ୍ତ୍ରଣ କରିବାକୁ ପଡିବ । ଭୁଲ ଜିନିଷ ଯୋଗୁଁ ଶତ୍ରୁମାନଙ୍କର ସଂଖ୍ୟା ବଢ଼ିପାରେ ।

ବିଛା: ସୂର୍ଯ୍ୟପରାଗ ଆପଣଙ୍କ ରାଶିର ଚିହ୍ନ ଉପରେ ମଧ୍ୟ ପ୍ରଭାବ ପକାଇବ । ଆପଣଙ୍କ ବିରୋଧୀମାନେ ସକ୍ରିୟ ରହିବେ । ଆପଣଙ୍କୁ ନିଜ କାମ ଗୁପ୍ତ ଭାବରେ କରିବାକୁ ପଡିବ, ନଚେତ୍ ଶତ୍ରୁମାନେ ଆପଣଙ୍କର କ୍ଷତି କରିପାରିବେ । ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ ଓ ମନ ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ୍ ଆର୍ଥିକ ଅବସ୍ଥା ଖରାପ ହୋଇପାରେ ଏବଂ ଋଣ ନେବାର ସ୍ଥିତି ଉପୁଜିପାରେ । ସୂର୍ଯ୍ୟପରାଗର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ଗାଡ଼ି ଚଳାଇବା ସମୟରେ ଆପଣଙ୍କୁ ସତର୍କ ରହିବାକୁ ପଡିବ କାରଣ ଦୁର୍ଘଟଣା ହେବାର ସମ୍ଭାବନା ରହିଛି ।

ମକର ରାଶି: ସୂର୍ଯ୍ୟପରାଗ ଯୋଗୁଁ ମକର ରାଶି ଲୋକଙ୍କୁ ଚାକିରିରେ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ । କାର୍ଯ୍ୟ ଚାପ ସ୍ୱାସ୍ଥ୍ୟ ଉପରେ ପଡ଼ିପାରେ, ତେଣୁ ଚାପକୁ ଏଡାଇବା ପାଇଁ ଯୋଗ କରନ୍ତୁ । ଆପଣଙ୍କ ମା’ର ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇପାରେ । ସୁଖ-ସୁବିଧାରେ ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ଶାନ୍ତି ମିଳିବ ନାହିଁ ।

Get real time updates directly on you device, subscribe now.