fbpx
BJD
BJD SKY
BJD SKY

ଆଜି ସୂର୍ଯ୍ୟ ପରାଗରେ ସୃଷ୍ଟି ହେଉଛି ତ୍ରିଗ୍ରହୀ ଯୋଗ, ଏହି ରାଶିଙ୍କ ଲାଗି ଅତ୍ୟନ୍ତ ଶୁଭ

BJD

ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ପରାଗର ବେଶ୍ ମହତ୍ତ୍ୱ ରହିଛି । ଆଜି ସୂର୍ଯ୍ୟ ପରାଗ ହୋଇଥିବାରୁ ୫୦ ବର୍ଷ ପରେ ତ୍ରିଗ୍ରହୀ ଯୋଗ ସୃଷ୍ଟି ହେଉଛି । ସୂର୍ଯ୍ୟ ପରାଗରେ ଏଥର କନ୍ୟା ରାଶିରେ ସୂର୍ଯ୍ୟ, ଚନ୍ଦ୍ର ଓ ବୁଧ ବିଦ୍ୟମାନ ରହିବେ । ଏହି ସୂର୍ଯ୍ୟ ପରାଗ କନ୍ୟା ରାଶିରେ ଲାଗିବାକୁ ଯାଉଛି ଯାହାର ଦେବୀ ସ୍ୱୟଂ ମା’ ଦୁର୍ଗା ଅଟନ୍ତି । ଏପରି ସ୍ଥିତିରେ ସୃଷ୍ଟି ହେଉଥିବା ତ୍ରିଗ୍ରହୀ ଯୋଗ ବେଶ୍ ମହତ୍ତ୍ୱପୂର୍ଣ୍ଣ ବୋଲି ଜ୍ୟୋତିଷବିଦ୍ ମତ ରଖିଛନ୍ତି । ଏହି କ୍ରମରେ ଆସନ୍ତୁ ଜାଣିବା ଏହି ତ୍ରିଗ୍ରହୀ ଯୋଗ କେଉଁ ରାଶି ଲାଗି ଶୁଭ ।
ମିଥୁନ: ଏହି ରାଶିର ଲୋକଙ୍କ ଭଲ ଦିନ ଆରମ୍ଭ ହେବାକୁ ଯାଉଛି । ସୁଖ ସମୃଦ୍ଧି ଲାଭ ହେବ । ସମାଜରେ ମାନ ସମ୍ମାନ ବୃଦ୍ଧି ଘଟିବ । ଆର୍ଥିକ ଅବସ୍ଥାରେ ସୁଧାର ଆସିବ । ବିଦେଶ ଯାତ୍ରାର ଯୋଗ ରହିଛି ।
ସିଂହ:କ୍ୟାରିୟର ଓ ବ୍ୟବସାୟରେ ଉନ୍ନତି ଘଟିବ । ଯେଉଁ ବି କାର୍ଯ୍ୟ ହାତକୁ ନେବେ ସେଥିରେ ସଫଳତା ମିଳିବ । ବ୍ୟବସାୟରେ ଅଟକି ଯାଇଥିବା ଅର୍ଥ ଫେରି ପାଇବେ । କୌଣସି ଦିଗରୁ ଶୁଭ ସମାଚାର ମିଳିବ ।
ତୁଳା: ଏହି ରାଶି ଲାଗି ସୂର୍ଯ୍ୟ ପରାଗ ଶୁଭଦାୟକ ହେବ । ଜୀବନରେ ସକରାତ୍ମକତା ଫେରି ଆସିବ । ଘର ପରିବାରରେ ସ୍ଥିତି ଭଲ ରହିବ । ଚାକିରୀରେ ପଦୋନ୍ନତି ମିଳିବ । ବିଜନେସ୍‌ରେ ନିବେଶ କଲେ ଭଲ ଲାଭ ମିଳିବ ।
ବିଛା: କାର୍ଯ୍ୟସ୍ଥଳରେ କରିଥିବା ପରିଶ୍ରମରୁ ଲାଭ ମିଳିବ । ସୂର୍ଯ୍ୟ ପରାଗ ଆପଣଙ୍କ ଭାଗ୍ୟର ତାଲାକୁ ଖୋଲିଦେବ । ବିଜନେସ୍ କିମ୍ବା ଚାକିରୀ କ୍ଷେତ୍ରରେ ବହୁତ ଉନ୍ନତି ଘଟିବ । ଦାମ୍ପତ୍ୟ ଜୀବନରେ କିଛି ସମସ୍ୟା ଥିଲେ ଏବେ ତାହାର ଅନ୍ତଃ ଘଟିବ ।
ମକର: କ୍ୟାରିୟର କ୍ଷେତ୍ରରେ ଖୁସି ଖବର ପାଇବେ । ଆୟ ବୃଦ୍ଧି ଘଟିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଅଟକି ରହିଥିବା ଧନ ସମ୍ପତ୍ତି ଫେରିପାଇବେ ।

Get real time updates directly on you device, subscribe now.