fbpx

ସର୍ଜରୀ ପରେ ପଡ଼ିଆକୁ ଫେରିଲେ ସୂର୍ଯ୍ୟକୁମାର: ପ୍ରଥମ ଥର ଅଭ୍ୟାସ କରୁଥିବାର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଆହତ ପରେ ପୁଣିଥରେ ପଡ଼ିଆକୁ ଫେରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ । ୨୦୨୪ ଜାନୁୟାରୀରେ ସର୍ଜରୀ ପରେ ପ୍ରଥମ ଥର ବ୍ୟାଟିଂ କରୁଥିବାର ନଜର ଆସିଛନ୍ତି ସୂର୍ଯ୍ୟକୁମାର । ଆସନ୍ତା ଆଇପିଏଲ-୨୦୨୪ରେ ମୁମ୍ବାଇ ପକ୍ଷରୁ ପୁଣିଥରେ ମଇଦାନକୁ ଓହ୍ଲାଇବେ ବୋଲି ଆଶା କରାଯାଉଛି । ଆହତ ସମସ୍ୟାର ସର୍ଜରୀ କରିବା ପରେ ସୂର୍ଯ୍ୟକୁମାରଙ୍କୁ ପ୍ରଥମ ଥର ନେଟ୍ସରେ ପ୍ରାକ୍ଟିସ କରୁଥିବା ଦେଖାଯାଇଛି । ପ୍ରାୟ ୨ ମାସରୁ ଅଧିକ ଦିନ କ୍ରିକେଟରୁ ଦୂରେଇ ରହିବା ପରେ ପୁଣିଥରେ ସୂର୍ଯ୍ୟକୁମାର କମବ୍ୟାକ କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ, ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଫିଲ୍ଡିଂ କରିବା ସମୟରେ ଆହତ ହୋଇଥିଲେ ସୂର୍ଯ୍ୟକୁମାର । ଏହାପରେ ସ୍ପୋର୍ଟସ ହାର୍ଣ୍ଣିଆର ଅପରେସନ୍ ମଧ୍ୟ କରାଇଛନ୍ତି ଷ୍ଟାର ବ୍ୟାଟର । ଯାହା ଫଳରେ ଦୀର୍ଘ ଦିନରୁ କ୍ରିକେଟରୁ ଦୂରେଇ ରହିଛନ୍ତି ସୂର୍ଯ୍ୟକୁମାର ଯାଦବ । ଆଇପିଏଲ-୨୦୨୪ର କିଛି ଦିନ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଇନଷ୍ଟାଗ୍ରାମ ଷ୍ଟୋରୀ ସେୟାର କରିଛନ୍ତି । ଆହତ ଏବଂ ସର୍ଜରୀ ପରେ ପ୍ରଥମ ଥର ପାଇଁ ସୂର୍ଯ୍ୟକୁମାରଙ୍କୁ ନେଟ୍ସରେ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଛି । ତେବେ ଏହି ଭିଡିଓ ଟିମ ଇଣ୍ଡିଆ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏକ ବଡ଼ ଖୁସି ଖବର ସାବ୍ୟସ୍ତ ହୋଇଛି ।

ଟି-୨୦ କ୍ରିକେଟରେ ସୂର୍ୟ୍ୟକୁମାର ଯାଦବ ସର୍ବଶ୍ରେଷ୍ଠ ବ୍ୟାଟର ପାଲଟିଛନ୍ତି । ୨୦୨୧ ରେ ଡେବ୍ୟୁ କରିବା ପରେ ସୂର୍ୟ୍ୟକୁମାର ଯାଦବ ମୋଟ ୬୦ ଟି-୨୦ ମ୍ୟାଚରୁ ୧୭୧.୫୫ ଷ୍ଟ୍ରାଇକ୍ ରେଟ୍ ସହ ମୋଟ ୨୧୪୧ ରନ୍ ସ୍କୋର କରିଛନ୍ତି । ଏହାବ୍ୟତୀତ ସୂର୍ଯ୍ୟକୁମାର ନିଜ ଟି -୨୦ ଆନ୍ତର୍ଜାତୀୟ କ୍ୟାରିୟରରେ ୪ଟି ଶତକ ଏବଂ ୧୭ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହାବ୍ୟତୀତ ୨୦୨୩ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି ସୂର୍ଯ୍ୟକୁମାର । ସେ ଗତ ସିଜନରେ ମୋଟ ୬୦୫ ରନ୍ ସ୍କୋର କରିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ।

Get real time updates directly on you device, subscribe now.