fbpx
BJD SKY
BJD SKY

ଖୁସି ଖବର: ଏଥର ହୋଲିରେ ମାଗଣା LPG ସିଲିଣ୍ଡର ପାଇବେ ଗ୍ରାହକ: ସରକାର ଦେଲେ ଉପହାର

BJD

ନୂଆଦିଲ୍ଲୀ: ଆଗକୁ ଆସୁଛି ଭାରତର ଗଣପର୍ବ ହୋଲି । ଏହି ଅବସରରେ କୋଟି କୋଟି ଲୋକଙ୍କୁ ମାଗଣା ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯିବ । ଏ ନେଇ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନଙ୍କୁ ନିଜ ବ୍ୟାଙ୍କ ଖାତା ସହିତ ସଂଯୋଗ କରିବାକୁ ପଡ଼ିବ । ତେବେ ରାଜ୍ୟବାସୀମାନଙ୍କ ପାଇଁ ମାଗଣାରେ ଗ୍ୟାସ ସିଲିଣ୍ଡର ଉପଲବ୍ଧ କରାଇବାକୁ ଯାଉଛନ୍ତି ଉତ୍ତର ପ୍ରଦେଶର ଯୋଗୀ ସରକାର ।

ସୂଚନା ଅନୁସାରେ, ଗତବର୍ଷ ନଭେମ୍ବରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟବାସୀଙ୍କ ପାଇଁ ମାଗଣା ଏଲପିଜି ସିଲିଣ୍ଡର ବ୍ୟବସ୍ଥା ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ରାଜ୍ୟର ମୋଟ ୧.୭୫ କୋଟି ହିତାଧିକାରୀଙ୍କୁ ମାଗଣା ରୋଷେଇ ଗ୍ୟାସ ସିଲିଣ୍ଡର ରିପିଲ ଏବଂ ବିତରଣ ଅଭିଯାନ ଆରମ୍ଭ କରିଥିଲେ ଯୋଗୀ ଆଦିତ୍ୟନାଥ । ବାର୍ଷିକ ୨ ଥର(ହୋଲି ଏବଂ ଦୀପାବଳି) ଉତ୍ସବରେ ହିତାଧିକାରୀମାନଙ୍କୁ ମାଗଣା ଏଲପିଜି ସିଲିଣ୍ଡର ଯୋଗାଇ ଦେବା ପାଇଁ ଯୋଜନା କରିଛନ୍ତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ । ପୂର୍ବରୁ ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ହିତାଧିକାରୀମାନଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆ ଯାଇଥିଲା । ବର୍ତ୍ତମାନ ହୋଲି ଅବସରରେ ମଧ୍ୟ ଗ୍ୟାସ ସିଲିଣ୍ଡର ଯୋଗାଇବାକୁ ଯାଉଛନ୍ତି ଯୋଗୀ ସରକାର ।

ଗତବର୍ଷ ୨୦୨୩-୨୪ ଆର୍ଥିକ ବର୍ଷରୁ ୨୦୨୫-୨୬ ପର୍ଯ୍ୟନ୍ତ ୩ ବର୍ଷରେ ୭୫ ଲକ୍ଷ ଏଲପିଜି କନେକ୍ସନ ଜାରି କରିବା ପାଇଁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ବିସ୍ତାରକୁ ମଞ୍ଜୁରୀ ମିଳିଥିଲା । ଏହାଦ୍ୱାରା ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ମୋଟ ୧୦.୩୫ କୋଟିରେ ପହଞ୍ଚିବ । ଗତବର୍ଷ ସରକାର ଏଲପିଜି ସିଲିଣ୍ଡରର ମୂଲ୍ୟରେ ୨୦୦ ଟଙ୍କା ହ୍ରାସ କରାଇଥିଲେ । ଏହାପରେ ରାଜଧାନୀ ଦିଲ୍ଲୀରେ ସାଧାରଣ ଗ୍ରାହକଙ୍କ ପାଇଁ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୯୦୩ ଟଙ୍କାରେ ଉପଲବ୍ଧ ହୋଇଛି ।

Get real time updates directly on you device, subscribe now.