ଏହି ଭାରତୀୟ ଖେଳାଳିଙ୍କର ସଫଳ ହେଲା ଅସ୍ତ୍ରୋପଚାର, ଉତ୍ସାହିତ ଅଛନ୍ତି ଟିମକୁ ଫେରିବା ପାଇଁ
ସଫଳ ସର୍ଜରୀ ହେଲା ଏହି ଭାରତୀୟ ଖେଳାଳିଙ୍କର, ଜାଣନ୍ତୁ
ନୂଆଦିଲ୍ଲୀ: ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଇଂଲଣ୍ଡ ଯାଇନାହାନ୍ତି କି ସେ ଘରୋଇ କ୍ରିକେଟରେ ମଧ୍ୟ ସାମିଲ ନାହାନ୍ତି। ସେ ଶେଷ ଥର ମୁମ୍ବାଇ ଟି୨୦ ଲିଗରେ ଖେଳୁଥିବାର ନଜର ଆସିଛନ୍ତି।
ବର୍ତ୍ତମାନ ଜର୍ମାନୀର ମ୍ୟୁନିଖରେ ତାଙ୍କର ଅପରେସନ ସଫଳ ହୋଇଛି। ସୂର୍ଯ୍ୟ ଭାରତୀୟ ଟି୨୦ ଟିମର କ୍ୟାପ୍ଟେନ ଏବଂ ଦ୍ରୁତ ବେଗରେ ରନ କରିବା ଲାଗି ଜଣାଶୁଣା।
ସୂର୍ଯ୍ୟକୁମାର ନିଜେ ଦେଲେ ସୂଚନା: ସୂର୍ଯ୍ୟକୁମାର ଯାଦବ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି ଯେ, ପେଟର ନିମ୍ନ ଭାଗରେ ସ୍ପୋର୍ଟସ ହାର୍ନିଆର ସଫଳ ଅସ୍ତୋପଚାର କରାଯାଇଛି।
ଏହା କହି ସେ ଖୁସି ହୋଇଛନ୍ତି ଯେ, ସର୍ଜରୀ ପରେ ଠିକ୍ ହେବାରେ ଗତି କରୁଛି। ପ୍ରତ୍ୟାବର୍ତ୍ତନ କରିବା ଲାଗି ଉତ୍ସାହିତ ଭାବେ ଅପେକ୍ଷା କରିଛି।
View this post on Instagram
ସୂର୍ଯ୍ୟକୁମାର ଯାଦବ ଭାରତୀୟ ଟି୨୦ ଇଣ୍ଟରନେସନାଲ ଟିମର କ୍ୟାପ୍ଟେନ। ଆସନ୍ତା ବର୍ଷରେ ହେବାକୁ ଥିବା ଟି୨୦ ୱାର୍ଲଡ କପରେ ସେ ଭାଗ ନେବେ ବୋଲି ଆଶା ରହିଛି। ସୂର୍ଯ୍ୟକୁମାର ବିସ୍ଫୋରକ ବ୍ୟାଟିଂରେ ମାହିର।