fbpx

ସସ୍‌ କାରଖାନା ଉପରେ ସ୍ପେଶାଲ୍‌ ପୋଲିସ ସ୍କ୍ୱାର୍ଡର ଚଢାଉ, ଟେଷ୍ଟିଂ ପାଇଁ ପଠାଗଲା ନମୁନା

AAKASH

ଧର୍ମଶାଳା (ଭାସ୍କର ନ୍ୟୁଜ୍‌): ଧର୍ମଶାଳା ଥାନା ଜାରକା ଛକ ନିକଟରେ ଥିବା ଏକ ସସ୍‌ କାରଖାନା ଉପରେ ଯାଜପୁର ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ ଧର୍ମଶାଳା ପୋଲିସ ମିଳିତ ଭାବେ ଶନିବାର ପୂର୍ବାହ୍ନରେ ଅଚାନକ ଚଢାଉ କରିଥିଲେ।

ସୂଚନା ଅନୁଯାୟୀ ଦୀର୍ଘ ଦିନ ଧରି ଏଠାରେ ଟମାଟୋ, ଚିଲି ସସ ସହ ଖଟା ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଉଛି । ଆଗ୍ରୋ ଫ୍ରଣ୍ଟ ଅରଗାନିକ ଫୁଡ ନାମକ ଏକ ସଂସ୍ଥା ଏହି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବଜାରକୁ ଛାଡୁଛି । ତେବେ ଏହି ଚଢାଉ ସମୟରେ କାରଖାନାର ମାଲିକ ଦୀପକ ଜେନା ଏଠାରେ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେଉଥିବା ନେଇ ଆବଶ୍ୟକୀୟ କାଗଜପତ୍ର ଦେଖାଇଥିଲେ । ତେବେ ଏଠାରେ ପ୍ରସ୍ତୁତ କରାଯାଉଥିବା ଖାଦ୍ୟ ପ୍ରଣାଳୀ, ନଷ୍ଟ ସାମଗ୍ରୀଗୁଡିକ କାରଖାନା ପରିସରରେ ମହଜୁଦ ରହିଥିବା ଏହି ଟିମ ଅସନ୍ତୋଷ ଜାହିର କରିଥିଲେ । ପୂର୍ବରୁ ଦୁଇ ଦୁଇ ଥର ଖାଦ୍ୟ ନିରୀକ୍ଷଣ ବିଭାଗ ଏଠାରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ସାମଗ୍ରୀର ସାମ୍ପଲ ପରୀକ୍ଷା ନିରୀକ୍ଷା କରି ଏହା ସଠିକ ବୋଲି ସଂକେତ ଦେଇଥିଲେ । ତେବେ ଗତକାଲି ସ୍ପେଶାଲ ଟିମ ଏଠାରେ ଚଢାଉ କରି ଜିଲ୍ଲା ଖାଦ୍ୟ ନିରୀକ୍ଷଣ ବିଭାଗକୁ ପୁନଃ ଖାଦ୍ୟର ମାନ ଯାଞ୍ଚ କରିବାକୁ କହିଥିଲେ । ତଦନୁଯାୟୀ ଜିଲ୍ଲା ଖାଦ୍ୟ ନିରାପତ୍ତା ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ କାଗଜପତ୍ରର ଯାଞ୍ଚ କରିଥିଲେ । ସଂପୃକ୍ତ ସଂସ୍ଥା ସମସ୍ତ ନିୟମାବାଳୀକୁ ଅନୁପାଳନ କରି ଏହି ବ୍ୟବସାୟ ଚଳାଉଥିବା ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ ବିଭୁଦତ ତ୍ରିପାଠୀ କହିଥିଲେ । ତେବେ ଅଭିଯୋଗ ଆସିଥିବାରୁ ପୁନଃ ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରିବାକୁ ପଠାଯିବ ବୋଲି ସେ ସୂଚନା ଦେଇଥିଲେ ।

Get real time updates directly on you device, subscribe now.