‘ସୁଶାନ୍ତ ଯଦି କରିପାରିଲେ, ମୁଁ କାହିଁକି ନୁହେଁ’ ଲେଖି ଆତ୍ମହତ୍ୟା କଲେ ପ୍ରତିଭାବାନ୍ ଛାତ୍ର

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସାରା ଦେଶ ଚକିତ କରିଥିବା ବେଳେ ସେ କାହିଁ ଏପରି କଲେ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି । ଏବେ ଉତ୍ତରପ୍ରଦେଶ ବରେଲିରେ ପଢୁଥିବା ଜଣେ ଛାତ୍ର ସୁଶାନ୍ତଙ୍କ ମୃତ୍ୟୁର ଖବର ଟିଭିରେ ଦେଖିସାରିବା ପରେ ନିଜକୁ ଫାଶୀରେ ଝୁଲାଇ ଜୀବନ ଦେଇଛନ୍ତି । ଛାତ୍ର ଜଣକ ନିଜର ଆତ୍ମହତ୍ୟା ନୋଟରେ ଲେଖିଛନ୍ତି ଯେ, ‘ଯଦି ସୁଶାନ୍ତ ସିଂ ଆତ୍ମହତ୍ୟା କରିପାରିଲେ, ତ ମୁଁ କାହିଁକି ନୁହେଁ ।’

Uttarakhand Govt.

ତେବେ ଦଶମ ଶ୍ରେଣୀରେ ପଢୁଥିବା ସେହି ଛାତ୍ର ଜଣକ ଆତ୍ମହତ୍ୟା ନୋଟରେ ଏପରି କରିବାର କାରଣ ମଧ୍ୟ ଲେଖିଛନ୍ତି । ମରିବା ପୂର୍ବରୁ ଛାତ୍ର ଜଣକ ଲେଖିଛନ୍ତି ଯେ, ତାଙ୍କୁ ନପୁଂସକ ଭଳି ଲକ୍ଷଣ ଥିଲା ଓ ତାଙ୍କ ମୁଁହ ବା ଚେହେରା ମଧ୍ୟ ଝିଅମାନଙ୍କ ପରି ଥିଲା । ଯେଉଁ କାରଣରୁ ଲୋକମାନେ ତାକୁ ଥଟ୍ଟା ପରିହାସ କରୁଥିଲେ । ଏପରିକି ଛାତ୍ରକୁ ବି ଲାଗୁଥିଲା କି ସେ କିନ୍ନର ବୋଲି । ଏଥିପାଇଁ ଆତ୍ମହତ୍ୟା ବ୍ୟତିତ ଅନ୍ୟ କିଛି ଉପାୟ ନାହିଁ ବୋଲି ଲେଖିବା ପରେ ଛାତ୍ର ଜଣକ ଜୀବନ ହାରିଥିଲେ ।

ଏହା ସହିତ ଛାତ୍ର ଜଣକ ଲେଖିଥିଲେ ଯେ, ‘ଯଦି ଆତ୍ମହତ୍ୟା ନକରିବି , ତେବେ କିନ୍ନର ହେବାର ଲକ୍ଷଣ ଯୋଗୁଁ ବାପାଙ୍କ ଜୀବନରେ ଚନ୍ଦ୍ରଗ୍ରହଣ ଲାଗିଯିବ । ତେଣୁ ମରିବା ଆବଶ୍ୟକ । ଅନ୍ତିମ ସଂସ୍କାରରେ ଯେଉଁମାନେ ମୋତେ ଘୃଣା କରୁଥିବା ଲୋକଙ୍କୁ ଡାକିବା ଦରକାର । ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ।’ଛାତ୍ର ଜଣକ ଗାୟକ ଥିବା ବେଳେ ସେ ପିଲାମାନଙ୍କୁ କଳା ଶିକ୍ଷାଇବାକୁ ଚାହୁଁଥିଲେ ବୋଲି ନୋଟରେ ଲେଖିଥିଲେ । ପୋଲିସକୁ ଏହି ଆତ୍ମହତ୍ୟାର ଅଭିଯୋଗ ମିଳିବା ପରେ ସେ ତଦନ୍ତ ଜାରି ରଖିଛି । ତେବେ ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ବାପା ଏକ ମୋବାଇଲ ମରାମତି ଦୋକାନ ଚଳାଉଥିବା ବେଳେ ବହୁବର୍ଷ ପୂର୍ବରୁ ମାଆଙ୍କର ମୃତ୍ୟୁ ହୋଇସାରିଛି । ପୁଅ ଏତେ ଭଲ ଚିତ୍ର ଆଙ୍କୁଥିଲେ ଯେ ସ୍କୁଲ ଶିକ୍ଷକମାନେ ପ୍ରଶଂସା କରୁଥିଲେ ବୋଲି ଭାବପ୍ରବଣ ହୋଇ ମୃତ ଛାତ୍ରଙ୍କ ପିତା କହିଛନ୍ତି ।