fbpx

ଭୁବନେଶ୍ୱରରୁ ଆଜି ୫ କରୋନା ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳର

ଭୁବନେଶ୍ୱର, ୧୬ା୬(ଓଡ଼ିଶା ଭାସ୍କର): ଆଜି ରାଜ୍ୟରେ ୧୦୮ ପଜିଟିଭ୍ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୫ଜଣ କରୋନା ଆକ୍ରାନ୍ତ ଭୁବନେଶ୍ୱରର ବୋଲି ଜଣାପଡ଼ିଛି । ଭୁବନେଶ୍ୱରରେ ଚିହ୍ନଟ ହୋଇଥିବା ୫ଜଣଙ୍କ ମଧ୍ୟରୁ ୩ଜଣ କ୍ୱାରେଣ୍ଟାଇନ କେନ୍ଦ୍ରର ଓ ୨ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ଜଣେ ସତ୍ୟନଗର ଅଞ୍ଚଳର ୩୬ବର୍ଷିୟ ଯୁବକ ଓ ଦିଲ୍ଲୀ ଫେରନ୍ତା । ଜୟଦେବ ବିହାର ନିରଙ୍କାରୀ ନଗରର ଆଇଟି ପ୍ରଫେସନାଲ୨୨ବର୍ଷୀୟ ଏହି ଯୁବକ ଦିଲ୍ଲୀରୁ ଫେରିଥିବା ନେଇ ସୂଚନା ରହିଛି । ପଟିଆ ଶ୍ରୀ ବିହାର ଅଞ୍ଚଳର ଜଣେ ୨୫ବର୍ଷିୟ ମହିଳା ଓ ଡୁମୁଡ଼ୁମା ହାଉସିଂ ବୋର୍ଡ଼ କଲୋନୀର ଜଣେ ୩୬ବର୍ଷିୟ ଯୁବକ ଜଣେ କରୋନା ଆକ୍ରାନ୍ତ ସମ୍ପର୍କୀୟ ବୋଲି ଜଣାପଡ଼ିଛି । ଏକ କେନ୍ଦ୍ରୀୟ ହସ୍ପିଟାଲର ମେଡ଼ିକାଲ ଅଫିସର ବି କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି ।

ଏଥି ସହିତ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୨କୁ ବୃଦ୍ଧି ପାଇଛି । ୧୩୨ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ହୋଇଛି ଓ ୭୪ଜଣ ସୁସ୍ଥ ହେବା ସହ ୫୪ଜଣ ଚିକିତ୍ସାଧୀନ ଅଛନ୍ତି ।

Get real time updates directly on you device, subscribe now.