fbpx

ସୁଶାନ୍ତ ପ୍ରଥମ ଥର ପାଇଁ ଏହି ଅଭିନେତ୍ରୀ ସହ ନେଇଥିଲେ ଡ୍ରଗ୍ସର ହେଭି ଡୋଜ୍: ରିୟା

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ମୋଡକୁ ନେଇ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କ ଆଉ ଏକ ବୟାନ ସାମ୍ନାକୁ ଆସିଛି । ଗିରଫ ପୂର୍ବରୁ ଏନସିବିର ପଚରାଉଚରା ବେଳେ ରିୟା କାହିଁକି ସୁଶାନ୍ତଙ୍କ ଘରୁ ବାହାରିଥିଲେ ବୋଲି କହିଥିଲେ । ରିୟାଙ୍କ କହିବା ମୁତାବକ, ସେ ଜୁନ୍ ୮ରେ ସୁଶାନ୍ତଙ୍କ ଘର ଛାଡିଥିଲେ ।

ଏନସିବିକୁ ଦିଆଯାଇଥିବା ବିବୃତ୍ତିରେ ରିୟା କହିଛନ୍ତି ଯେ, ସୁଶାନ୍ତ ଜଣେ ଡ୍ରଗ୍ସ ଏଡିକ୍ଟ ହୋଇସାରିଥିଲେ ଓ ସେ ଏଥିରୁ ବାହାରି ପାରୁନଥିଲେ । ଲକଡାଉନ ଓ ମିଟୁ ଅଭିଯୋଗକୁ ଧ୍ୟାନରେ ରଖି ରିୟା ଭାବିଥିଲେ ଯେ ସେ ଯଦି ସୁଶାନ୍ତଙ୍କ ସହ ରହିବେ, ତେବେ ତାଙ୍କ କ୍ୟାରିୟର ନଷ୍ଟ ହୋଇଯିବ । ସେଥିପାଇଁ ସେ ସୁଶାନ୍ତଙ୍କୁ ଛାଡିବା ଭଲ ବୋଲି ଭାବିଥିଲେ । ଏହା ସହ ରିୟା ଦାବି କରିଛନ୍ତିି ଯେ, କେଦାରନାଥ ସୁଟିଂ ବେଳେ ସୁଶାନ୍ତଙ୍କ ଡ୍ରଗ୍ସ ସେବନ ଅଧିକ ବଢିଯାଇଥିଲା । ସୁଶାନ୍ତ ଏହି ଫିଲ୍କ ସୁଟିଂ ପୂର୍ବରୁ ହିଁ ଡ୍ରଗ୍ସ ନେଉଥିଲେ । ସେଠାରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ସହ ସୁଟିଂ ସେଟରେ ସୁଶାନ୍ତ ଡ୍ରଗ୍ସର ହେଭି ଡୋଜ ନେଇଥିଲେ ବୋଲି ରିୟା କହିଛନ୍ତି ।

Get real time updates directly on you device, subscribe now.