fbpx

ଓଡ଼ିଶା ଆଇପିଏସଙ୍କ ସହ ସୁଶାନ୍ତଙ୍କର ଥିଲା ନିବିଡ ବନ୍ଧୁତା, ଶୋକରେ କହିଲେ ଏପରି

ବଲିଉଡ ଜଗତର ସଫଳ ଅଭିନେତା ଭାବେ ପରିଚିତ ସୁଶାନ୍ତ ସିଂ ରାଜପୁତ ଆଜି ଆତ୍ମହତ୍ୟା କରିଛନ୍ତି । ମୁମ୍ବାଇ ବାନ୍ଦ୍ରା ସ୍ଥିତ ଘରର ଫ୍ୟାନରେ ତାଙ୍କର ଝୁଲନ୍ତା ମୃତଦେହ ଆଜି ଉଦ୍ଧାର ହୋଇଛି । ସୁଶାନ୍ତଙ୍କ ଅଚାନକ୍ ମୃତ୍ୟୁକୁ ନେଇ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ରାଜନେତା, କ୍ରିକେଟର ଓ ସେଲିବ୍ରିଟମାନେ ସ୍ତବ୍ଧ ଚକିତ ହୋଇଛନ୍ତି । ଏହାରି ମଧ୍ୟରେ ସୁଶାନ୍ତଙ୍କ ସହ ନିବିଡ ବନ୍ଧୁତା ଥିବା ଓଡିଶା କ୍ୟାଡରର ଆଇପିଏସ ଅମିତାଭ ଠାକୁର ଶୋକ ବ୍ୟକ୍ତ କରିଛନ୍ତି । ନିଜ ପ୍ରିୟ ବନ୍ଧୁକୁ ହରାଇ ସେ ଭାବୁକ ହୋଇପଡିଛନ୍ତି ।

ଅମିତାଭ ଠାକୁର ନିଜର ଟ୍ୱିଟରରେ ଲେଖିଛନ୍ତି ଯେ, ‘ଏହି ଖବର ଶୁଣି ମୁଁ ମହୁତ ମର୍ମାହତ । କିଛିଦିନ ତଳେ ଆମେ କଥା ହୋଇଥିଲୁ । ତୁମେ ଯେଉଁ ଢଙ୍ଗରେ ମୋ ବରଯାତ୍ରୀରେ ନାଚିଥିଲେ, ତାହା ଆଜି ମୋ ଆଖି ଆଗରେ ଝଲକି ଯାଉଛି । ତୁମେ ଏମିତି କେମିତି କରିପାରିଲ ।’ ତେବେ ଅମିତାଭ ଓ ସୁଶାନ୍ତ ଦୁହେଁ ବିହାରର ହୋଇଥିବା ବେଳେ ସମ୍ପର୍କରେ ସେମାନେ ଦୁଇ ଭାଇ ପରି ଥିଲେ ବୋଲି ଜଣାପଡିଛି ।

Get real time updates directly on you device, subscribe now.