fbpx
BSKY SKY
BSKY SKY

ମରିବା ପୂର୍ବରୁ କାହାକୁ ଶେଷ କଲ୍ କରିଥିଲେ ସୁଶାନ୍ତ? ଏବେ ତାଙ୍କ ବୟାନ ନେବ ପୋଲିସ

BSKY

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ଛାନଭିନରେ ଲାଗିପଡିଛି ମୁମ୍ବାଇ ପୋଲିସ । କିନ୍ତୁ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ପ୍ରକୃତ କାରଣ ସାମନାକୁ ଆସିନାହିଁ । ଅନ୍ୟପଟେ ସୁଶାନ୍ତଙ୍କ ମୋବାଇଲ ରେକର୍ଡ ଅନୁଯାୟୀ ସେ ରିୟା ଚକ୍ରବର୍ତ୍ତୀ ଓ ମହେଶ ଶେଟ୍ଟୀଙ୍କୁ ଶେଷଥର ପାଇଁ କଲ୍ କରିଥିଲେ । କିନ୍ତୁ ଦୁହେଁ ସୁଶାନ୍ତଙ୍କ ଫୋନ୍ ଉଠାଇନଥିଲେ । ଏବେ ପୋଲିସ ମାମଲା ସମ୍ପର୍କରେ ଆହୁରୀ ଖୋଳତାଡ କରିବା ପରେ ଉଭୟଙ୍କୁ ପଚରାଉଚରା କରିବ ।

ରିପୋର୍ଟ ମୁତାବକ, ଜୁନ୍ ୧୩ ତାରିଖ ରାତି ୧୨ଟା ପରେ ରିୟା ଚକ୍ରବର୍ତ୍ତୀ ଓ ମହେଶ ଶେଟ୍ଟୀଙ୍କୁ କଲ କରିଥିଲେ ସୁଶାନ୍ତ, କିନ୍ତୁ ଦୁହେଁ କଲର ଉତ୍ତର ଦେଇନଥିଲେ । ୧୪ ଜୁନ୍ ସକାଳ ୬.୩୦ରେ ସୁଶାନ୍ତ ଉଠିଥିବା ବେଳେ ୯.୩୦ରେ ସେ ନିଜ ଭଉଣୀ ସହ କଥା ହୋଇଥିଲେ । ପାଖାପାଖି ୧୦.୩୦ରେ ସୁଶାନ୍ତ ତାଙ୍କ ରୁମରୁ ଆସି ଜୁସ୍ ନେଇଥିଲେ ଓ ପରେ ପୁଣି ତାଙ୍କ ରୁମକୁ ଚାଲିଯାଇଥିଲେ । କିଛି ସମୟ ପରେ ଯେବେ ଚାକର ମଧ୍ୟାହ୍ନ ଭୋଜନ ପାଇଁ ପଚାରିବାକୁ ଗଲା, ସେବେ କବାଟ ଭିତର ପଟୁ ବନ୍ଦ ଥିଲା । ଏକାଠି ରହୁଥିବା ସାଙ୍ଗ ଓ ଚାକରମାନେ ଯେତେ ଡାକିଲେ ବି ସୁଶାନ୍ତ କବାଟ ଖୋଲିନଥିଲେ ।

View this post on Instagram

Happy birthday meri jaan.. @memaheshshetty ?❤️?

A post shared by Sushant Singh Rajput (@sushantsinghrajput) on

ପରେ ଚାବି ଖୋଲିବା ବ୍ୟକ୍ତିକୁ ଡାକିବା ପରେ ରୁମ୍ ଖୋଲାଯାଇଥିଲ । ରୁମର ଫ୍ୟାନରେ ସୁଶାନ୍ତଙ୍କ ଶବ ଝୁଲୁଥିବାର ଦେଖି ସମସ୍ତଙ୍କ ହୋସ୍ ଉଡିଯାଇଥିଲା । କିନ୍ତୁ ସୁଶାନ୍ତଙ୍କ ରୁମରୁ ପୋଲିସ କୌଣସି ଆତ୍ମହତ୍ୟା ନୋଟ୍ ବା ଅନ୍ୟ କୌଣସି ସୂଚନା ପାଇନାହିଁ । ଆତ୍ମହତ୍ୟାର କାରଣ ଜାଣିବା ପାଇଁ ରିୟା ଓ ମହେଶଙ୍କ ସମେତ ସୁଶାନ୍ତଙ୍କ ଅନ୍ୟ କିଛି ସାଙ୍ଗମାନଙ୍କୁ ପଚରାଉଚରା କରିବ ପୋଲିସ । ତେବେ ପୋଷ୍ଟମୋଟର୍ମ ରିପୋର୍ଟ ମୁତାବକ ଫାଶୀ ହେତୁ ଶ୍ୱାସରୁଦ୍ଧ ହୋଇ ସୁଶାନ୍ତଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.