fbpx

ପେଚାକୁ ନେଇ କଣ ରହିଛି ଅନ୍ଧବିଶ୍ୱାସ, ଜାଣନ୍ତୁ

Advertisement

ଆଜିକା ଯୁଗରେ ଟେକ୍ନଲୋଜି ଦିନକୁ ଦିନ ଉନ୍ନତ ହେବାରେ ଲାଗିଛି । ଭବିଷ୍ୟତ କହିଲାଭଳି ମଧ୍ୟ ଯନ୍ତ୍ର ବାହାରିଗଲାଣି । ଟେକ୍ନଲୋଜି ମାଧ୍ୟମରେ ଲୋକମାନେ ମୃତ୍ୟୁର ସେଜରୁ ଉଠି ଆସୁଛନ୍ତି । କିନ୍ତୁ ଆଜି ଏହିପରି ଯୁଗରେ ଅନ୍ଧବିଶ୍ୱାସ ମଧ୍ୟ କେତେକ ଯାଗାରେ ଆଜି ବି ଜୀବିତ । ଲୋକମାନେ ଆଜିବି ଅନ୍ଧବିଶ୍ୱାସକୁ ନେଇ ଡରୁଛନ୍ତି । ଅନ୍ଧବିଶ୍ୱାସରେ ଲୋକମାନେ କେତେ କଣ ପଦକ୍ଷେପ ନେଇଯାଇଥାନ୍ତି । ଯେମିତିକି ତାର ଉପଚାର ନିମନ୍ତେ ପୂଜାପାଠ ମଧ୍ୟ କରିଥାନ୍ତି । ଲକ୍ଷ୍ମୀଙ୍କର ବାହନ ପେଚା ବୋଲି ମନାଯାଏ । ପୃଥିବୀରେ ରହୁଛେ ମାନେ ସମସ୍ତ ପଶୁପକ୍ଷୀ ମଧ୍ୟ ସେଥିରେ ଅଛନ୍ତି । କିନ୍ତୁ ସେ ପଶୁପକ୍ଷୀଙ୍କ ମଧ୍ୟରୁ ପେଚାକୁ ନେଇ କେତେକ ରହିଛି ଅନ୍ଧବିଶ୍ୱାସ । ସବୁ ପକ୍ଷୀମାନେ ଦିନରେ ଉଡ଼ିଥାନ୍ତି କିନ୍ତୁ ପେଚା ରାତିରେ ବୁଲିଥାଏ । ଆସନ୍ତୁ ଜାଣିବା ପେଚାକୁ ନେଇ କିଛି ଅନ୍ଧବିଶ୍ୱାସ…


• କଥାରେ ଅଛି ପେଚା ଯଦି ଘର ଉପରେ ବସେ ତେବେ ଘରର କୌଣସି ସଦସ୍ୟଙ୍କ ଦେହ ଖରାପ ହେବାର ସମ୍ଭାବନା ରହିଥାଏ ।
• ଯଦି ଘର ପାଖରେ ପେଚା ବସି ବୋବାଇ ଥାଏ ତେବେ ଘରର କୌଣସି ଲୋକର ମୃତ୍ୟୁବରଣ ହୋଇଥାଏ ।
• କୁହାଯାଏ ଯେ କୌଣସି ଧଳା ପେଚା ଯଦି ଆପଣଙ୍କ ଘର ଆଖ ପାଖରେ ବୁଲୁଥାଏ ତେବେ ଆପଣଙ୍କ ଘରକୁ ଆକସ୍କାକ ଧନପ୍ରାପ୍ତି ହେବାର ସମ୍ଭାବନା ଥାଏ ।
• ପେଚା ଆଖିକୁ ଆପଣ ଯଦି ବହୁତ ସମୟ ଅନେଇ ବସନ୍ତି ତେବେ ବିଷାଦଗ୍ରସ୍ତ ହେବାର ସମ୍ଭାବନା ରହିଥାଏ ।
• ଆପଣଙ୍କ ଛାତ ଉପରେ ପେଚା ଯଦି ବସି ଉଚ୍ଚ ସ୍ୱରରେ ବୋବାଏ ତେବେ ଆପଣଙ୍କ ଘରର ମୁରବି ଉପରକୁ ଖରାପ ବେଳ ଆସିଥାଏ ।
• ପେଚା ଯଦି ବାରମ୍ବାର ଘର ଉପରେ ଉଡ଼େ ଏବଂ ସେଠାରୁ ଯାଏ ନାହିଁ ଘରର ଛୋଟପିଲାଙ୍କ ପ୍ରତି ବିପଦ ଥାଏ ।
• ପେଚା ଯଦି ଦିନରେ ଉଡ଼ିବା ଦେଖନ୍ତି ତେବେ ଆପଣଙ୍କ ଖରାପ ସମୟ ଆସିଥାଏ ବୋଲି ଅନ୍ଧବିଶ୍ୱାସ ରହିଛି
• ପେଚା ଯଦି ନୀରବ ହୋଇ ଆପଣଙ୍କ ଘର ପାଖରେ ବସି ଗୋଟେ ଲୟରେ ଅନେଇଥାଏ ଜାଣିବେ ଆପଣଙ୍କ ଘରୁ ଚୋରି ହେବାର ଆଶଙ୍କା ଥାଏ ।
• ଘରେ ଯଦି କିଏ ରୋଗରେ ପଡ଼ିଥାଏ ଓ ସେହି ସମୟରେ ପେଚା ଆସି ବୋବାଏ ଜାଣିବେ ତାର ମୃତ୍ୟୁବରଣ ହେବାରେ ସମ୍ଭାବନା ଅଧିକ ।

Get real time updates directly on you device, subscribe now.