fbpx

ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମର ଆସିଲା ପୋଷ୍ଟର, ଏହି ଦିନ ହେବ ରିଲିଜ୍..

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ । ଏହାରି ମଧ୍ୟରେ ସୁଶାନ୍ତଙ୍କ ଶେଷ ଚଳଚ୍ଚିତ୍ର ‘ଦିଲ୍ ବେଚାରା’ର ପୋଷ୍ଟର ରିଲିଜ୍ ହୋଇସାରିଛି । ପ୍ରଶଂସମାନେ ଆଜି ପର୍ଯ୍ୟନ୍ତ ବି ସୁଶାନ୍ତଙ୍କ ମୃତ୍ୟୁକୁ ବିଶ୍ୱସା କରିପାରୁ ନାହାନ୍ତି । ସୁଶାନ୍ତ ଜଣେ ଉକ୍ରୃଷ୍ଟ କଳାକାର ଥିଲେ , ଯେ କି ଅନେକ ହିଟ୍ ଫିଲ୍ମରେ କରିବା ସହ ଟିଭି ଦୁନିଆରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ସୁଶାନ୍ତ ଅଲବିଦା କହିବା ପରେ ତାଙ୍କର ଶେଷ ଫିଲ୍ମ ‘ଦିଲ୍ ବେଚାରା’ ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ।

 

ଏହି ଫିଲ୍ମଟିର ନିର୍ଦ୍ଦେଶନା ମୁକେଶ ଛାବଡା ଦେଇଥିବା ବେଳେ ନିକଟରେ ଏହାର ପୋଷ୍ଟର ଲିକ୍ ହୋଇଛି । ଫିଲ୍ମଟି ଜୁଲାଇ ୨୪ରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବାକୁ ଯାଉଛି । ନିର୍ଦ୍ଦେଶକଙ୍କଠାରୁ ଆରମ୍ଭ କରି ଫିଲ୍ମ ନିର୍ମାତା ପର୍ଯ୍ୟନ୍ତ, ସମସ୍ତେ ଅଭିନେତାଙ୍କୁ ସମ୍ମାନ ଦେବା ସହ ତାଙ୍କର ଶେଷ ଫିଲ୍ମକୁ ଦେଖିବାକୁ ଅପେକ୍ଷା କରିଛନ୍ତିି । ‘ଦିଲ୍ ବେଚାରା’ ବିଷୟରେ କହିବାକୁ ଗଲେ ଏହା ହଲିଉଡ ଚଳଚ୍ଚିତ୍ର ଦି ଫଲ୍ଟ ଇନ୍ ଆମ ଷ୍ଟାର୍ସର ରିମେକ୍ ଅଟେ । ଏହି ଫିଲ୍ମରେ ସୁଶାନ୍ତଙ୍କ ସଞ୍ଜନା ସାଙ୍ଗୀ ଅଭିନୟ କରିଛନ୍ତି ।

Get real time updates directly on you device, subscribe now.