fbpx

ଇସ୍ରୋର ବଡ଼ ଘୋଷଣା, ବେସରକାରୀ କମ୍ପାନୀ ମଧ୍ୟ ଭାରତରେ ତିଆରି କରିପାରିବେ ରକେଟ୍ ଓ ସାଟେଲାଇଟ

ନୂଆଦିଲ୍ଲୀ, ୨୫ା୬: ଆଗାମୀ ଦିନରେ ଭାରତରେ ମଧ୍ୟ ମହାକାଶ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଦେଖାଦେଇପାରେ । ଏନେଇ ମହାକାଶରେ ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ପକ୍ଷରୁ ଆଜି ଏକ ବଡ଼ ଘୋଷଣା କରାଯାଇଛି । ଇସ୍ରୋର ମୁଖ୍ୟ କେ ଶିବନ କହିଛନ୍ତି ଯେ ଏଣିକି ବେସରକାରୀ କମ୍ପାନୀ ଗୁଡ଼ିକୁ ମଧ୍ୟ ରକେଟ ଏବଂ ସାଟେଲାଇଟ ତିଆରି କରିବା ଭଳି ସେବା ଯୋଗାଇ ଦିଆଯିବ ସହ ସ୍ପେସ୍ କାର୍ଯ୍ୟକଳାପକୁ ମଧ୍ୟ ଅନୁମତି ଦିଆଯିବ । ସେ ଏହା ମଧ୍ୟ କହିଛନ୍ତି ଯେ ବେସରକାରୀ କମ୍ପାନୀ ଗୁଡ଼ିକ ମଧ୍ୟ ଭାରତୀୟ ମହାକାଶ ଗବେଷଣା ସଂଗଠନର ଆନ୍ତର୍ଜାତୀୟ ମିଶନର ଏକ ଅଂଶ ହୋଇପାରିବେ । ସୂଚନା ମୁତାବକ ଚଳିତବର୍ଷ ପ୍ରଥମ ଥର ପାଇଁ ନାସା (ଆମେରିକୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ) ଘରୋଇ ସ୍ପେସ ଏକ୍ସ ସ୍ପେସକ୍ରାଫ୍ଟର ଦୁଇ ଜଣଙ୍କୁ ଆନ୍ତର୍ଜାତୀୟ ସ୍ପେସ ଷ୍ଟେସନକୁ ପଠାଇଛି ।

Get real time updates directly on you device, subscribe now.