fbpx

ସୁଶାନ୍ତଙ୍କ ମୃତ୍ୟୁକୁ ସହିପାରିଲେନି ଭାଉଜ, ଡିପ୍ରେସନରେ ଚାଲିଗଲା ଜୀବନ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ତାଙ୍କ ପରିବାର, ସେଲିବ୍ରିଟ ଓ ପ୍ରଶଂସକମାନେ ଚକିତ ହୋଇଛନ୍ତି । ମାତ୍ର ୩୪ ବର୍ଷ ବୟସରେ ଏତେ ସଫଳ ଅଭିନେତା ଆତ୍ମହତ୍ୟାକୁ ବାଛି ନେବେ ବୋଲି କେହି ବିଶ୍ୱାସ ବି କରିନଥିଲେ । ସୁଶାନ୍ତଙ୍କ ଆତ୍ମହତ୍ୟା ଖବରକୁ ବର୍ତ୍ତମାନ ସୁଦ୍ଧା ବି କେତେକ ଲୋକ ବିଶ୍ୱାସ କରିପାରୁ ନାହାନ୍ତି । ଏମିତି କି ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଶୁଣି ତାଙ୍କ ଭାଉଜ ଡିପ୍ରେସନକୁ ଚାଲିଯାଇଥିଲେ ଓ ପରେ ତାଙ୍କର ମୃତ୍ୟୁ ଘଟିଛି । କୁହାଯାଉଛି ଯେ, ଦିଅର ସୁଶାନ୍ତ ସିଂଙ୍କ ମୃତ୍ୟୁ ଖବର ଶୁଣିବା ପରେ ସୋମବାର ଦିନ ଭାଉଜ ସୁଧା ଦେବୀଙ୍କର ମୃତ୍ୟୁ ଘଟିଛି ।

ତେବେ ରବିବାର ଦିନ ସୁଶାନ୍ତ ସିଂ ରାଜପୁତ ମୁମ୍ବାଇ ବାନ୍ଦ୍ରା ସ୍ଥିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ସୁଶାନ୍ତ ପୈତୃକ ଗାଁ ପୁର୍ଣିୟା ଜିଲ୍ଲାର ମଲଡିହାଠାରେ ହୋଇଥିବା ବେଳେ ତାଙ୍କ ଆତ୍ମହତ୍ୟା ଖବର ଶୁଣି ଭାଉଜ ସୁଧା ଦେବୀଙ୍କୁ ଶକ୍ତ ଝଟକା ଲାଗିଥିଲା । ସେ ଡିପ୍ରେସନକୁ ଚାଲିଯାଇଥିଲେ ଓ ଖାଇବା ପିଇବା ବନ୍ଦ କରିଦେଇଥିଲେ । ସୋମବାର ଦିନ ଗୋଟିଏ ପଟେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ଚାଲିଥିବା ବେଳେ ଅନ୍ୟପଟେ ତାଙ୍କ ଭାଉଜ ସୁଧା ଦେବୀଙ୍କର ମୃତ୍ୟୁ ହୋଇଥିଲା ବୋଲି ଖବର ଆସିଛି ।

ତେବେ ସୁଶାନ୍ତଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ପୋଲିସ ଏନେଇ ତାଙ୍କର ସୁଶାନ୍ତଙ୍କ ଘନିଷ୍ଠ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଓ କିଛି ସାଙ୍ଗମାନଙ୍କୁ ପଚରାଉଚରା ଜାରି ରଖିଛି । କିନ୍ତୁ ସେ ଗତ ୬ ମାସ ଧରି ଡିପ୍ରେସନରେ ଥିଲେ ବୋଲି ସୁଶାନ୍ତଙ୍କ ଭଉଣୀ କହିଛନ୍ତି ।

Get real time updates directly on you device, subscribe now.