fbpx

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମମଲାରେ ପୋଲିସର ବଡ ଖୁଲାସା-‘ ପ୍ରଥମ ଉଦ୍ୟମରେ ଫେଲ୍ ହେବାରୁ ୨ୟ ଥର ଲଗାଇଥିଲେ ଫାଶୀ’

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ସବୁଆଡେ ତାଙ୍କ ମୃତ୍ୟୁର କାରଣକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୁଶାନ୍ତଙ୍କ ପୋଷ୍ଟ ମୋର୍ଟମ ରିପୋର୍ଟରେ ମୃତ୍ୟୁର କାରଣ ଆତ୍ମହତ୍ୟା କୁହାଯାଉଥିବା ବେଳେ ପୋଲିସର ଛାନଭିନରେ ଅନେକ ଜିନିଷ ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ସୁଶାନ୍ତ ଯେଉଁ ରୁମରେ ଫାଶୀ ଲଗାଇଥିଲେ, ସେଠାରେ ବାଥ୍ରୋବ ଖଣ୍ଡ ଦେଖିବାକୁ ମିଳିଛି । ପୋଲିସ ସନ୍ଦେହ କରୁଛି ଯେ, ସୁଶାନ୍ତ ବୋଧହୁଏ ପ୍ରଥମେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । କିନ୍ତୁ ସେଥିରେ ସଫଳ ନହେବାରୁ ୨ୟ ଥର ପାଇଁ ପୁନଃ ଫାଶୀ ଲଗାଇଥିଲେ ସୁଶାନ୍ତ । ଏହା ପୂର୍ବରୁ ସୁଶାନ୍ତ ବାଥରୁମରେ ଥିବା ବାଥ୍ରୋବକୁ ଫାଶୀର ଜାଲ ଭାବେ ବ୍ୟବହାର କରିଥିଲେ । ଏହି ପରି ଭାବେ ସୁଶାନ୍ତ ପ୍ରଥମଥର ଆତ୍ମହତ୍ୟାରେ ସଫଳ ହୋଇପାରିନଥିଲେ ।

ଏହା ସହ ସୁଶାନ୍ତଙ୍କ ଆଲମାରୀରେ ପୋଷାକ ସବୁ ବିଛାଡିହୋଇ ପଡିଥିଲା । ଏଥିରୁ ସନ୍ଦେହ କରାଯାଉଛି ଯେ, ବାଥ୍ରୋବ ଭାଙ୍ଗିବା ପରେ ସୁଶାନ୍ତ ନିଜ ଆଲମାରୀରୁ ଘାଣ୍ଟିଥିଲେ ଓ ସେଥିରୁ ସବୁଜ ରଙ୍ଗର ଗୋଟିଏ କୁର୍ତ୍ତା ବାହାର କରିଥିଲେ । ଯେଉଁ କୁର୍ତ୍ତାରେ ସେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ । ସୂଚନା ମୁତାବକ, ପୋଲିସ ଘରେ ପହଞ୍ଚିବା ପରେ ତାଙ୍କ ଭଉଣୀ ଓ ରୁମରେ ଥିବା ଅନ୍ୟ ଲୋକାମନେ ସେହି ସବୁଜ ରଙ୍ଗର କୁର୍ତ୍ତାକୁ କାଟି ସୁଶାନ୍ତଙ୍କ ମୃତଦେହକୁ ତଳକୁ ଆଣିଥିଲେ । କିନ୍ତୁ କୁର୍ତ୍ତାଟିରେ କୌଣସି ବ୍ୟକ୍ତିର ଓଜନ ଉଠାଇବାକୁ କ୍ଷମତା ଅଛି କି ନାହିଁ ତାହଳ ଜାଣିବା ପାଇଁ ପୋଲିସ ସେହି କୁର୍ତ୍ତାକୁ ଫୋରେନସକ୍ ଲ୍ୟାବକୁ ପଠାଇଛି ।

ତେବେ ଗତ ଜୁନ୍ ୧୪ ତାରିଖରେ ବାନ୍ଦ୍ରା ସ୍ଥିତ ନିଜ ଘରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି ଅଭିନେତା ସୁଶାନ୍ତ ସିଂ ରାଜପୁତ । ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ସାରା ଦେଶ ସ୍ତବ୍ଧ ହୋଇଥିବା ବେଳେ ଏହା ପଛର କାରଣ ଜାଣିବାରେ ଲାଗିପଡିଛି ମୁମ୍ବାଇ ପୋଲିସ ।

Get real time updates directly on you device, subscribe now.