fbpx

ସୁଶାନ୍ତଙ୍କୁ କୋଟି କୋଟି ଟଙ୍କାର ହୋଇଥିଲା ପେମେଣ୍ଟ, ଇଡିର ଯାଞ୍ଚରୁ ଖୁଲାସା

ମୁମ୍ବାଇ,୨୧ ।୧୧: ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ଇଡିର ତଦନ୍ତ ପୁଣି ଜୋରସୋରରେ ଆରମ୍ଭ ହୋଇଛି । ଏହି ମାମଲାରେ ସୁଶାନ୍ତଙ୍କୁ ପେମେଣ୍ଟ ହୋଇଥିବା କୋଟି କୋଟି ଟଙ୍କାର ତଥ୍ୟ ବିଷୟରେ ଇଡିକୁ ସୂଚନା ମିଳିଛି । ସୂତ୍ରରୁ ମିଳିଥିବା ଖବର ମୁତାବକ, ସୁଶାନ୍ତଙ୍କୁ ତାଙ୍କର ଏକ ଫିଲ୍ମ ପାଇଁ ସନ୍ଦେହଜନକ ପେମେଣ୍ଟ କରାଯାଇଥିଲା । ଯାହାର ପରିମାଣ ୧୭ କୋଟି ଟଙ୍କା ଥିବା କୁହାଯାଉଛି ।

ତେବେ ଏହି ପେମେଣ୍ଟକୁ ନେଇ ଏବେ ତଦନ୍ତ ଚାଲିଛି । ୧୭ କୋଟିର ପେମେଣ୍ଟ ୨୦୧୭ରେ ସୁଶାନ୍ତଙ୍କ ଫିଲ୍ମ ‘ରାବତା’ ପାଇଁ କରାଯାଇଥିଲା । ଫିଲ୍ମ ନିର୍ମାତା ଦୀନେଶ ଭାଇଜାନଙ୍କୁ ଏନେଇ ଗତମାସରେ ଇଡି ପ୍ରଶ୍ନ କରିଥିଲା । ଦୀନେଶଙ୍କୁ ପେମେଣ୍ଟ ସମ୍ବନ୍ଧିତ କିଛି କାଗଜପତ୍ର ଦାଖଲ କରିବାକୁ କୁହାଯାଇଥିଲା । ତେବେ ହଙ୍ଗରୀରେ ସୁଟିଂ ହୋଇଥିବା ଫିଲ୍ମର ବିଦେଶୀ ସୁଟ ବଜେଟର ତଥ୍ୟ ଦେବାରେ ସେ ସକ୍ଷମ ହୋଇନାହାନ୍ତି ।

 

Get real time updates directly on you device, subscribe now.