ରାଜ୍ୟସଭା ଗଲେ ସୁସ୍ମିତା ଦେବ; କଂଗ୍ରେସ ଛାଡି ଟିଏମସିରେ ମିଶିଥିଲେ

ନୂଆଦିଲ୍ଳୀ: ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିବା ସୁସ୍ମିତା ଦେବ ଆଜି ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି । କଂଗ୍ରେସ ଛାଡି ଟିଏମସିରେ ଯୋଗ ଦେବାର ଏକ ମାସ ମଧ୍ୟରେ ସୁସ୍ମିତା ଦେବଙ୍କୁ ପୁରସ୍କୃତ କରାଯାଇଛି । ମଙ୍ଗଳବାର ତାଙ୍କୁ ରାଜ୍ୟସଭାକୁ ପଠାଇଛି ଦଳ । ଆସାମର ସିଲଚରର ପୂର୍ବତନ ସାଂସଦ ରହିଥିବା ସୁସ୍ମିତାଙ୍କୁ ରାଜ୍ୟସଭା ପଠାଯାଇଥିବା ନେଇ ଟିଏମସି ପକ୍ଷରୁ ଟ୍ୱିଟ କରାଯାଇଛି । ସଂସଦର ଉପର ସଦନକୁ ସୁସ୍ମିତାଙ୍କୁ ପଠାଇ ଆମେ ଅତ୍ୟନ୍ତ ଖୁସି ବୋଲି ଟିଏମସି ଟ୍ୱିଟ୍ଟର ହ୍ୟାଣ୍ଡେଲରେ କୁହାଯାଇଛି ।
ଟିଏମସିର ଟ୍ୱିଟ ପରେ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁସ୍ମିତା ଦେବ । ମମତାଙ୍କ ମହିଳା ସଶକ୍ତୀକରଣ ଯୋଜନାରେ ମୁଁ ଦଳରେ ସାମିଲ ହୋଇଛି । ରାଜନୀତି ଦ୍ୱାରା ସମାଜର ବିକାଶ କରିବା ଉପରେ ମୁଁ ଧ୍ୟାନ କେନ୍ଦ୍ରିତ କରିବି ବୋଲି ସୁସ୍ମିତା କହିଛନ୍ତି । ମୋ ହୃଦୟର ନିଭୃତ କୋଣରୁ ମୁଁ ମମତାଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି ବୋଲି ସୁସ୍ମିତା ଟ୍ୱିଟ କରିଛନ୍ତି ।

Get real time updates directly on you device, subscribe now.

Comments
Loading...