fbpx

ବିହାରରେ ୩ ଦିନରେ ୩୨ ଜଣଙ୍କର ସନ୍ଦିଗ୍ଧ ମୃତ୍ୟୁ: ବିଷାକ୍ତ ମଦ ଯୋଗୁଁ…

ପାଟନା: ହୋଲି ଅବସରରେ ବିହାରର ଅନେକ ଜିଲ୍ଲାରେ ଗତ ୩ ଦିନ ମଧ୍ୟରେ ୩୨ ଲୋକଙ୍କର ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ ହୋଇଛି, ଯାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମୃତକଙ୍କ ମଧ୍ୟରେ ଭାଗଲପୁରର ୧୬ ଜଣ, ବାଙ୍କାର ୧୨ ଜଣ, ମଧେପୁରାରୁ ତିନି ଜଣ, ନାଲନ୍ଦାରୁ ଜଣେ ସାମିଲ ଅଛନ୍ତି । କେବଳ ଏତିକି ନୁହେଁ ଭାଗଲପୁରର ଦୁଇ ଜଣ, ବାଙ୍କାରେ ୬ ଜଣ ଏବଂ ମଧେପୁରାରେ ୧୨ ଜଣ ଅସୁସ୍ଥ ଥିବା କୁହାଯାଉଛି । ବାଙ୍କାରେ ଜଣେ ବ୍ୟକ୍ତି ଦୃଷ୍ଟିଶକ୍ତି ହରାଇଥିବା ଜଣାପଡିଛି । ବିଷାକ୍ତ ମଦ ଯୋଗୁଁ ଏତେ ସଂଖ୍ୟକ ଲୋକଙ୍କର ମୃତ୍ୟୁ ହୋଇଛି ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି ।

କିଛି ମୃତକଙ୍କ ସମ୍ପର୍କୀୟମାନେ ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି । ଯଦିଓ ପୋଲିସ ଓ ପ୍ରଶାସନ ଏହି ମୃତ୍ୟୁକୁ ଅସୁସ୍ଥତାର କାରଣ ବୋଲି ଦର୍ଶାଇଛନ୍ତି । ଭାଗଲପୁରରେ ଲୋକମାନେ ବିଷାକ୍ତ ମଦ ଯୋଗୁଁ ମୃତ୍ୟୁର ଅଭିଯୋଗ ନେଇ ରାସ୍ତା ଅବରୋଧ କରି ଧାରଣା ଦେଇଛନ୍ତି ।

Get real time updates directly on you device, subscribe now.