fbpx

ନିଲମ୍ବିତ ୧୨ ସାଂସଦ ପୁଣି ଫେରିପାରିବେ ଗୃହକୁ, କିନ୍ତୁ ରହିଛି ଗୋଟିଏ ସର୍ତ୍ତ, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉହେଉ ୧୨ ଜଣ ସାଂସଦଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି । ସଂସଦର ମୌସୁମୀ ଅଧିବେଶରେ ହଙ୍ଗାମା କରିଥିବା କାରଣରୁ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନିଲମ୍ବିତ ସାଂସଦମାନେ ଗୃହର କୌଣସି କାର୍ଯ୍ୟରେ ଭାଗନେଇ ପାରିବେ ନାହିଁ । ତେବେ ସୂଚନା ମୁତାବକ, ଏହି ସାଂସଦମାନଙ୍କର ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇପାରେ । ଏଥିପାଇଁ ବିରୋଧୀ ଦଳର ସାଂସଦମାନଙ୍କୁ ଏକତ୍ରିତ ହୋଇ ସେମାନଙ୍କର ଆଚରଣ ପାଇଁ କ୍ଷମତା ପ୍ରାର୍ଥନା କରିବାକୁ ପଡ଼ିବ । ସମସ୍ତ ବିରୋଧୀ ସାଂସଦମାନେ ଯଦି ଏକଜୁଟ୍ ହୋଇ ନିଜର ଦୋଷ ସ୍ୱୀକାର କରନ୍ତି, ତେବେ ସରକାର ଏହା ଉପରେ ବିଚାର କରିପାରନ୍ତି । ତେବେ ସୂଚନା ମୁତାବକ, ଟିଏମସି, କଂଗ୍ରେସ ପରି ବିରୋଧୀ ଦଳଗୁଡ଼ିକ ଏକତ୍ର ହେବା ନେଇ କୌଣସି ସୂଚନା ମିଳିନାହିଁ ।

ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୧୧ ତାରିଖରେ ଇନ୍ସ୍ୟୁରାନ୍ସ ବିଲକୁ ନେଇ ରାଜ୍ୟସଭାରେ ହଙ୍ଗାମା ହୋଇଥିଲା । ତେବେ ପରିସ୍ଥିତି ଏପରି ହୋଇଥିଲା ଯେ, ଏହାକୁ ଶାନ୍ତ କରିବା ପାଇଁ ମାର୍ଶାଲଙ୍କୁ ଡକାଇବାକୁ ପଡ଼ିଥିଲା । ତେବେ ଏପରି ଘଟଣା ପାଇଁ ଗଣତନ୍ତ୍ରର ମନ୍ଦିର ଅପବିତ୍ର ହୋଇଗଲା ବୋଲି କହିଥିଲେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ତେବେ ଆଜି ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ବିପକ୍ଷ ପାର୍ଟିର ଏକ ବୈଠକ ଡକାଇଛନ୍ତି । ଏହି ବୈଠକରେ ସାଂସଦଙ୍କର ନିଲମ୍ବନ ଓ ଆଗାମୀ ରଣନୀତି ଉପରେ ଚର୍ଚ୍ଚା ହେବ ।

Get real time updates directly on you device, subscribe now.