fbpx

Twitter CEO ହେବା ପରେ ପରାଗଙ୍କୁ ଶୁଭେଚ୍ଛାର ସୁଅ, ଏଲନ୍ ମସ୍କ କହିଲେ- ଭାରତୀୟ ପ୍ରତିଭା ଦ୍ୱାରା ଆମେରିକାକୁ ଅନେକ ଫାଇଦା

ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟର୍ ର ସିଇଓ ଭାରତ ସମ୍ବାଳିବେ ଭାରତୀୟ ପୁଅ ପରାଗ ଅଗ୍ରୱାଲ୍ । ପୂର୍ବରୁ ସେ ସିଟିଓ ବା ଚିଫ୍ ଟେକ୍ନୋଲୋଜି ଅଫିସର୍ ଭାବରେ କାମ କରୁଥିବା ବେଳେ ଏବେ ତାଙ୍କୁ ସିଇଓ ପଦ ମିଳିଛି । ତେବେ ପରାଗ ସିଇଓ ବନିବା ପରେ ତାଙ୍କୁ ଅନେକ ଆଡୁ ଶୁଭେଚ୍ଛା ଦିଆଯାୁଛି । ଏହି ପରିପ୍ରେକ୍ଷୀରେ ଟେସଲାର ସିଇଓ ଏଲନ୍ ମସ୍କ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।

ଭାରତୀୟ ପ୍ରତିଭାକୁ ଉତ୍ସାହିତ କରିବାକୁ ଯାଇ ସେ ପରାଗଙ୍କ ଉଦ୍ଦେଶ୍ୟରେ ଟୁଇଟ୍ କରିଛନ୍ତି । ଷ୍ଟ୍ରାଇପ୍ କମ୍ପାନୀର ସିଇଓ ଓ କୋ-ଫାଉଣ୍ଡର୍ ପାଟ୍ରିିକ୍ କଲିସନ୍ ଙ୍କ ଟୁଇଟ୍ ରେ ଏଲନ୍ ମସ୍କ ରିପ୍ଲାଏ ଦେଇ କହିଛନ୍ତି ଯେ, ଭାରତୀୟ ପ୍ରତିଭା ଦ୍ୱାରା ଆମେରିକାକୁ ଅନେକ ଫାଇଦା ହେବ ।

ତେବେ ପାଟ୍ରିକ୍ କଲିସନ୍ ଟୁଇଟ୍ କରି ପରାଗ ଅଗ୍ରୱାଲ୍ ଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି ଯେ, Google, Microsoft, Adobe, IBM, Palo Alto, Networks ଆଉ ଏବେ Twitter କୁ ଚଲାଉଥିବା ସମସ୍ତେ ଭାରତରେ ହିଁ ବଢ଼ିଛନ୍ତି । ପ୍ରଯୁକ୍ତିବିଦ୍ୟା ଦୁନିଆରେ ଭାରତୀୟଙ୍କର ଆଶ୍ଚର୍ଯ୍ୟଜନକ ସଫଳତାକୁ ଦେଖି ଖୁସି ଲାଗୁଛି । ଶୁଭେଚ୍ଛା ପରାଗ ।

Get real time updates directly on you device, subscribe now.