fbpx

ଦୁନିଆର ଏକମାତ୍ର ଶ୍ମଶାନ ଘାଟ, ଯେଉଁଠାରେ କେବେ ବି ଲିଭେନି ନିଆଁ କି ଥଣ୍ଡା ପଡ଼େନି ଚିତା!

ନୂଆଦିଲ୍ଲୀ: ଭାରତରେ ଏମିତିରେ ଦେଖିବାକୁ ଗଲେ ଅନେକ ସଂଖ୍ୟାରେ ଶ୍ମଶାନ୍ ଘାଟ ରହିଛି । ଏଠାରେ ମୃତବ୍ୟକ୍ତିଙ୍କୁ ମୋକ୍ଷ ପ୍ରାପ୍ତ ହୋଇଥାଏ । ତେବେ ଆପଣ ମାନେ ଏଭଳି କିଛି ଶ୍ମଶାନ୍ ଘାଟ ବିଷୟରେ ଜାଣିଛନ୍ତି କି ଯେଉଁଠାରେ କେବେ ବି ଚିତା ଥଣ୍ଡା ପଡେନି କି ନିଆଁ ବି ଲିଭେନି । କୁହାଯାଏ ଯେ, ଏଠ୍ରାରେ ଦୈନିକ ୩୦୦ରୁ ଅଧିକ ଲୋକଙ୍କ ଚିତା ଜଳାଯାଇଥାଏ । ଏଠାରେ ମୃତବ୍ୟକ୍ତିଙ୍କ ମର ଶରୀରକୁ ଶୁଆଇବା ପରେ ଟ୍ୟାକ୍ସ ମଧ୍ୟ ଆଦାୟ କରାଯାଏ ।

ଏହି ଶ୍ମଶାନ ଘାଟ କାଶୀ ବିଶ୍ୱନାଥରେ ରହିଛି । ଏହାକୁ ମଣିକର୍ଣ୍ଣିକା ଶ୍ମଶାନ୍ ଘାଟ ବୋଲି କୁହାଯାଏ । ଏହା ହେଉଛି ଦୁନିଆର ପ୍ରଥମ ଘାଟ ଯେଉଁଠାରେ ମୃତଶରୀର ପାଇଁ ଟ୍ୟାକ୍ସ ଆଦାୟ କରାଯାଏ । ଏହା ପଛରେ ଏକ ଖାସ୍ କଥା ରହିଛଇ । କୁହାଯାଉଛି, ମଣିକର୍ଣ୍ଣିକା ଘାଟରେ ମରଶରୀର ଠାରୁ ଟ୍ୟାକ୍ସ ଆଦାୟ କରିବା ପରମ୍ପରା ପାଖାପାଖି ୩ ହଜାର ବର୍ଷ ପୁରୁଣା ।

ବାସ୍ତବରେ, ରାଜା ହରିଶ୍ଚନ୍ଦ୍ରଙ୍କ କାଳରୁ ଏହି ‘କର’ ସଂଗ୍ରହ ପ୍ରଥା ଆରମ୍ଭ ହୋଇଛି । କିମ୍ବଦନ୍ତୀ ଅନୁଯାୟୀ, ଏକ ପ୍ରତିଜ୍ଞା ହେତୁ ରାଜା ହରିଶ୍ଚନ୍ଦ୍ର ନିଜ ରାଜପଦ ବାମନ ଭଗବାନଙ୍କୁ ଦାନ କରି କଲ୍ଲୁ ଡୋମ୍ ରେ କାମ କରୁଥିଲେ । ଏହି ସମୟରେ ତାଙ୍କ ପୁଅର ମୃତ୍ୟୁ ହୋଇଥିଲା। ଯେତେବେଳେ ତାଙ୍କ ପତ୍ନୀ ହରିଶ୍ଚନ୍ଦ୍ରଙ୍କ ସହିତ ଶବଦାହ ମଣିକର୍ଣ୍ଣିକା ଶ୍ମଶାନ ଘାଟରେ ପହଞ୍ଚିଥିଲେ, ସେତେବେଳେ ଶବଦାହ ପୂର୍ବରୁ ବାଧ୍ୟ ହୋଇ ପତ୍ନୀଙ୍କୁ ଦାନ ମାଗିଥିଲେ । କାରଣ କଲ୍ଲୁ ଡୋମ୍ ରେ ନିର୍ଦ୍ଦେଶ ଥିଲା ଯେ, ଯେ କେହି ବି ଦାହ ସଂସ୍କାର ପାଇଁ ଆସିବେ ତାଙ୍କୁ ଠାରୁ ଦାନ ନିଆଯିବ । ବିନା ଦାନରେ ଶବଦାହ ହୋଇପାରୁନଥିଲା ।

କିନ୍ତୁ ହରିଶ୍ଚନ୍ଦ୍ରଙ୍କ ପତ୍ନୀଙ୍କ ପାଖରେ ସେ ସମୟରେ ଦାନରେ ଦେବାକୁ କିଛି ବି ନଥିଲା । ହେଲେ ବିନା ଦାନରେ ହରିଶ୍ଚନ୍ଦ୍ର ଶବଦାହ କରିବାକୁ ଦେଇନଥିଲେ । ଏହାପରେ ବାଧ୍ୟ ହୋଇ ତାଙ୍କ ପତ୍ନୀ ନିଜ ଶାଢ଼ୀରୁ ଖଣ୍ଡେ ଚିରି ଦାନରେ ଦେଇଥିଲେ । କୁହାଯାଉଛି ଯେ, ଆଜିବି ଏହି ପରମ୍ପରା ଜାରି ରହିଛି । ହେଲେ ବର୍ତ୍ତମାନ ସେହି ଦାନକୁ ଆଜିକା ସମୟରେ ଟ୍ୟାକ୍ସ ବୋଲି କୁହାଯାଉଛି ।

Get real time updates directly on you device, subscribe now.