fbpx

ଗୁଣିଆ ସନ୍ଦେହରେ ଚଳନ୍ତା ଟ୍ରେନ୍ ଭିତରେ ଜଣେ ମହିଳାଙ୍କୁ ନିସ୍ତୁକ ମାଡ଼

ଗଞ୍ଜାମ: ଚଳନ୍ତା ଟ୍ରେନ୍ ରେ ମହିଳା ଙ୍କୁ ନିସ୍ତୁକ ମାଡ଼। ଗୁଣିଆ ସନ୍ଦେହ ରେ ମହିଳା ଙ୍କୁ ଚପଲ ରେ ପିଟିଲେ ଯାତ୍ରୀ। ଉତେଜନା ବେଳେ ଉପସ୍ଥିତ ଥାଇ ମଧ୍ୟ ପୋଲିସ ସାଜିଲା ନିରବ ଦୃଷ୍ଟା। ଭଲ କରି ନଜର ପକାନ୍ତୁ ଏହି ଦୃଶ୍ୟକୁ ବ୍ୟାଗ ଫୁଟୁଳି କାଖରେ ଜାକି ହାତରେ ପୁଳା ପୁଳା ଧାତୁ ପଥରର ମୁଦି ପିନ୍ଧି ଥିବା ଏହି ମହିଳା ଜଣଙ୍କୁ କିଭଳି ମାଡ କରୁଛନ୍ତି ଯାତ୍ରୀ। କିଏ ଚପଲରେ ଆକ୍ରମଣ କରୁଛି ତ ଆଉ କିଏ ହାତରେ ନିସ୍ତୁକ ମାଡ଼ ମାରୁଛି।

ନିରାକାର ପୁରରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଏହି ମହିଳା ଜଣଙ୍କ କୁଆଡେ ହାତରେ ହଳଦିଆ ଚାଉଳ ନେଇ ଯାତ୍ରୀ ଙ୍କ ଉପରକୁ ମନ୍ତ୍ର ପଢି ଫୋପାଡିବା ଆରମ୍ଭ କରିଥିଲେ। ଏପରିକି ମହିଳାଙ୍କ ପାଖରେ ଥିବା ଫୁଟୁଳି ରେ ମଧ୍ୟ କଙ୍କାଳ ଥିବାର ଜାଣିବା କୁ ପାଇବା ପରେ ଲୋକେ ଉତକ୍ଷିପ୍ତ ହୋଇ ଏଭଳି ଆକ୍ରମଣ କରିଥିବା ଜଣାପଡିଛି। ପୋଲିସ ଉପସ୍ଥିତରେ ଏଭଳି କିଛି ଘଟଣା ଘଟିଥିବା ବେଳେ ପୋଲିସ ର ନୀରବତା କୁ ନେଇ ଏବେ ଖୁବ ଆଲୋଡନ ସୃଷ୍ଟି ହୋଇଛି। ମହିଳା ଜଣଙ୍କ କିଏ ଓ କେଉଁଠୁ ଆସିଥିଲେ ହାତରେ ଧରିଥିବା କଙ୍କାଳ କେଉଁଠୁ ଆସିଲା ତାହା ଏବେ ବଡ ପ୍ରଶ୍ନ ବାଚି ସୃଷ୍ଟି କରୁଥିବା ବେଳେ ପୋଲିସ ଘଟଣାର ତଦନ୍ତ କରିବା ବଦଳରେ କାହିଁକି ମହିଳାଙ୍କୁ ଖସି ଯିବାକୁ ଦେଲା ତାକୁ ନେଇ ଉଠିଛି ବଡ ପ୍ରଶ୍ନ।

Get real time updates directly on you device, subscribe now.