fbpx

ବହୁତ ଲୁଟିଲ ଏବେ ଚାଲିଯାଅ: ଭୁବନେଶ୍ୱରରେ ନକଲି ଭିକାରି, ନକଲି ବେପାରୀ ବଢ଼ି ଚାଲିଛନ୍ତି, ପ୍ରଶାସନର କେବେ ନିଦ ଭାଙ୍ଗିବ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେତେ ସୁନ୍ଦର ଆମର ରାଜଧାନୀ ଭୁବନେଶ୍ୱର । ମନ୍ଦିର ମାଳିନୀ ଭୁବନେଶ୍ୱର ଆଜି ଶିକ୍ଷାର ହବ୍ ପାଲଟିଛି । ମାତ୍ର ଆଜି ରାଜଧାନୀ କିଛି ଅସାଧୁ ଲୋକଙ୍କ ପାଇଁ ମରଣମୁଖକୁ ଚାଲିଯାଇଛି । ରାଜ୍ୟ ବାହାରର ବେପାରୀ, ଭିକାରୀମାରେ ଏଠାରେ ନିଜର ଆଡ୍ଡା ଜମାଇ ସାରିଲେଣି । ଆମ ରାଜଧାନୀ କ’ଣ ଏତେ ଶସ୍ତା । ଏଠାକୁ ଯିଏ ପାରିବ ସିଏ ଆସିବ, ଆଉ ନକଲି ଜିନିଷ ଦେଇ ଆମକୁ ଭକୁଆ ବନେଇ ଦେଇ ଚାଲିଯିବ ।

ଗତ ୨୦ ତାରିଖରେ ରାଜଧାନୀରେ ଏକ ନକଲି ଅଣଓଡ଼ିଆ ଫୁଲ ଗ୍ୟାଙ୍ଗକୁ ପୋଲିସ ଠାବ କରିଥିଲା । ଏହି ଗ୍ୟାଙ୍ଗରେ କିଛି ଯୁବତୀ, ମହିଳା ସାମିଲ ଥିଲେ । ସେମାନେ ଦଳକୁ ନାଡ଼ରେ ରଙ୍ଗ ବୋଳିଦେଇ ୪ ଖଣ୍ଡକୁ ୧୦୦ ଟଙ୍କାରେ ବିକ୍ରି କରୁଥିଲେ । ଆମର ସରଳ ନିରୀହ କିଛି ଭାଇମାନେ ମଧ୍ୟ ତାହାକୁ ଫୁଲ ଭାବି କିଣି ନେଇଥିଲେ ଓ ପରେ ନିଜର ଭୁଲ୍ ବୁଝି ପାରିଥିଲେ । ତେବେ ଏହି ମାଲ୍ ସବୁ ରାଜ୍ୟ ବାହାରୁ ବଡ଼ ବଡ଼ ଗାଡ଼ିରେ ଆସୁଥିବା ଜଣାପଡ଼ିଥିଲା । ପୋଲିସ ସମସ୍ତ ବେପାରୀଙ୍କୁ ଅଟକ ରଖିଥିଲା ।

କଥା କେବଳ ଏତିକିରେ କଥା ସରିନାହିଁ । ରାଜଧାନୀର ଅନେକ ଟ୍ରାଫିକ ପୋଷ୍ଟରେ ଦୈନିକ କିଛି ଛୋଟ ପିଲା, ଯୁବତୀ ଓ ମହିଳା ଭିକ ମାଗୁଥିବାର ଦେଖାଯାଇଥାଏ । ତେବେ ସେମାନେ ସମସ୍ତେ ରାଜ୍ୟ ବାହାରୁ ଆସିବା ସହ କିଛି ଦଲାଲଙ୍କ ପାଇଁ ନକଲି ଭିକାରିର ଅଭିନୟ କରି ଲୋକଙ୍କ ଭାବନା ସହ ଖେଳି ଟଙ୍କା ଲୁଟି ନେଇଥାନ୍ତି । ଜଣେ ଲୋକ ଭିକାରିକୁ ଗରିବ ଲୋକଟିଏ ଭାବି ଦୟା କରି ପଇସା ଦେଉଛି । ମାତ୍ର ନକଲି ଭିକାରିଟି ତା’ର ମାୟା ଦେଖାଇ ଦେଉଛି ।

ଅନେକ ସମୟରେ ରାଜ୍ୟ ବାହାରର କିଛି ବେପାରୀ ଗ୍ରାଇଣ୍ଡର, ଫ୍ୟାନ ପରି କିଛି ବୈଦ୍ୟୁତିକ ସରଞ୍ଜାମ ବିକ୍ରି କରିଥାନ୍ତି । ସେମାନେ ରାଜଧାନୀର ବସ୍ତି ଅଞ୍ଚଳକୁ ମୁଖ୍ୟତଃ ଟାର୍ଗେଟ କରିଥାନ୍ତି । ଟ୍ରକରେ ମାଲ ଫୁଲ ଅଛି ମାତ୍ର ପାଖରେ ପଇସା ନଥିବାରୁ ଆମେ ଶସ୍ତାରେ ଏହି ଦାମୀ ଜିନିଷକୁ ବିକ୍ରି କରୁଛୁ ବୋଲି ସେହି ନକଲି ବେପାରୀମାନେ ଲୋକଙ୍କୁ ଭୁଆଁ ବୁଲାଇଥାନ୍ତି । ଶସ୍ତାରେ ଜିନିଷ ପାଇବା ଲୋଭରେ ନିରୀହ ଜନତା ହୀନସ୍ତାରେ ପଡ଼ିଥାନ୍ତି । ରାଜଧାନୀରେ ଅନେକ ସ୍ଥାନରେ ଏପରି ଅଣଓଡ଼ିଆଙ୍କ ନିଚ୍ଚ କାରନାମା ଦେଖିବାକୁ ମିଳୁଛି । ପ୍ରଶାସନ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କଲେ ଜନସାଧାରଣଙ୍କୁ ସୁଫଳ ମିଳିପାରନ୍ତା ।

Get real time updates directly on you device, subscribe now.