ବହୁ ଚର୍ଚ୍ଚିତ ହନିଟ୍ରାପ କୁଇନ୍ ଅର୍ଚ୍ଚନା ନାଗଙ୍କୁ ଛାଡ଼ପତ୍ର ଦେବେ ସ୍ୱାମୀ ଜଗବନ୍ଧୁ ଚାନ୍ଦ

ପୁଣି ଚର୍ଚ୍ଚାରେ ନାଗ ଦମ୍ପତ୍ତି। ଏଥର ହନିଟ୍ରାପ୍ କିମ୍ୱା ବ୍ଲାକମେଲ୍ ପାଇଁ ନୁହେଁ, ବରଂ ନିଜ ଛାଡ଼ପତ୍ର ବିବାଦ ପାଇଁ ଚର୍ଚ୍ଚାରେ।

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ହନିଟ୍ରାପ କୁଇନ୍ ତଥା ନାଗ ଦମ୍ପତ୍ତି। ଗତ ଦୁଇରୁ ତିନି ବର୍ଷ ଧରି ତାଙ୍କ ନାଁ ଗଣମାଧ୍ୟମଠୁ ଆରମ୍ଭ କରି ସୋସିଆଲ ମିଡିଆ ସବୁଠି ଟ୍ରେଣ୍ଡରେ ଥିଲା। ଏମିତି କୌଣସି ଲୋକ ନାହିଁ, ଯିଏକି ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ କଳା ଦୁନିଆ ବିଷୟରେ ଅବଗତ ନଥିବ।

ହେଲେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠୁଥିବ କି ଏହି ବିବାଦ ତ ସେମାନେ ଜେଲରୁ ଫେରିବା ପରେ ଥମିଯାଇଥିଲା। ତାହାଲେ ପୁଣି କାହିଁକି ସେମାନେ ଚର୍ଚ୍ଚାରେ। ତେବେ ଏଠି କହି ରଖିବା ପାଇଁ ଚାହିଁବୁ କି, ଏଥର ହନିଟ୍ରାପ ପାଇଁ ନୁହେଁ ବରଂ ନାଗ ଦମ୍ପତ୍ତିଙ୍କ ଛାଡ଼ପତ୍ରକୁ ନେଇ ଚର୍ଚ୍ଚା ହେଉଛି।

ଅର୍ଚ୍ଚନା-ଜଗବନ୍ଧୁଙ୍କ ଡିଭୋର୍ସ: ହଁ ଏବେ ସବୁଠି ଚର୍ଚ୍ଚା ବହୁ ଚର୍ଚ୍ଚିତ ଚେହେରା ଅର୍ଚ୍ଚନା ନାଗଙ୍କୁ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଛାଡ଼ପତ୍ର ଦେବାକୁ ଯାଉଛନ୍ତି। ଏଥିପାଇଁ ନାଗ ଦମ୍ପତି ଏବେ କୋର୍ଟରେ ଛାଡପତ୍ର ଆବେଦନ କରିଛନ୍ତି।

ସ୍ୱାମୀ ଜଗବନ୍ଧୁ ଚାନ୍ଦ ଅର୍ଚ୍ଚନା ନାଗଙ୍କ ପାଇଁ କୋର୍ଟରେ ଛାଡପତ୍ର ଆବେଦନ ଦାଖଲ କରିଛନ୍ତି। ଏହି ସମ୍ପର୍କରେ ଭୁବନେଶ୍ୱର ପରିବାର କୋର୍ଟରେ ଏକ ମାମଲା (ନଂ. 58/25) ଦାୟର କରାଯାଇଛି।

ଚର୍ଚ୍ଚିତ ଚେହେରା: ସୂଚନାନୁସାରେ, ଅର୍ଚ୍ଚନା ନାଗଙ୍କ ହନି ଟ୍ରାପ୍ ଘଟଣା ସମଗ୍ର ଓଡ଼ିଶାରେ ହଇଚଇ ସୃଷ୍ଟି କରିଥିଲା। ଏଥିରେ ଅନେକ ବଡ଼ ନେତା ଏବଂ ଲୋକ ସମ୍ପୃକ୍ତ ଥିବା ରିପୋର୍ଟ ଆସିଥିଲା। ଏହା ପରେ ତାଙ୍କୁ ୨୦୨୨ ମସିହାରେ ଗିରଫ କରାଯାଇଥିଲା।

ଗିରଫ ହେବାର କିଛି ଦିନ ପରେ ତାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଥିଲା। ପ୍ରାୟ ଦେଢ଼ ବର୍ଷ ପରେ ଉଭୟ ଜେଲରୁ ବାହାରି ଆସିଲେ। ଜେଲରୁ ବାହାରିବା ପରେ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଶେଷରେ ଜଗବନ୍ଧୁ ଅର୍ଚ୍ଚନାଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ।

କାହିଁକି ଡିଭୋର୍ସ: ତେବେ ଯେତେବେଳେ ନାଗ ଦମ୍ପତ୍ତିଙ୍କ ନାଁରେ ହନିଟ୍ରାପ୍, ବ୍ଲାକମେଲ୍ ଏବଂ ଚାନ୍ଦା ଆଦାୟ ଭଳି ଅଭିଯୋଗ ଆସିଲା। ଆଉ ତାଙ୍କୁ ଗିରଫ କରାଗଲା, ସେତେବେଳେ ସ୍ତ୍ରୀ ଅର୍ଚ୍ଚନାଙ୍କୁ ସବୁ ପ୍ରକାର ସପୋର୍ଟ କରୁଥିଲେ ସ୍ୱାମୀ ଜଗବନ୍ଧୁ।

ଜେଲରୁ ଫେରିବା ବେଳେ ମଧ୍ୟ ଅର୍ଚ୍ଚନାଙ୍କୁ ଥାନାକୁ ଆଣିବାକୁ ଯାଇଥିଲେ ନିଜେ ସ୍ୱାମୀ ଜଗବନ୍ଧୁ। ଏପରିକି ଅର୍ଚ୍ଚନାର ସବୁ କଳା ଦୁନିଆ ସମ୍ପର୍କରେ ଜାଣି ମଧ୍ୟ ଜଗବନ୍ଧୁ ଅର୍ଚ୍ଚନାକୁ ସାହାର୍ଯ୍ୟ କରୁଥିଲା।

ହେଲେ ଏବେ ଏମିତି କ’ଣ ହେଲା ଯେ କଥା ଯାଇ ଛାଡପତ୍ର ପାଖରେ ପହଞ୍ଚିଲା। ଆଉ ଏବେ ଦୁହିଁଙ୍କ ମାମଲା କୋର୍ଟରେ ଗଡ଼ୁଛି। ତେବେ କେଉଁ କାରଣ ପାଇଁ ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହେବାକୁ ଯାଉଛି ତାହା ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଦୁହେଁ ଡିଭୋର୍ସ ନେବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳୁଛି।